ବିଶ୍ବପ୍ରସିଦ୍ଧ ଯୋରନ୍ଦା ମେଳା, ଯୋଗ ଦେଉଛନ୍ତି ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ମହିମା ଭକ୍ତ ଓ ସାଧୁସନ୍ଥ

ଆରମ୍ଭ ହେଉଛି ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା। ଯୋରନ୍ଦା ମେଳା ପାଇଁ ଚଳଚଞ୍ଚଳ ମହିମା ପୀଠ । ସାଧୁସନ୍ଥ ଓ ଭକ୍ତ ମାନଙ୍କ ମୁହଁରୁ ନିସୃତ ଶୂନ୍ୟ ବ୍ରହ୍ମ ମହିମା ଅଲେଖ ବାଣୀରେ ପ୍ରକମ୍ପିତ ହେଉଛି ସାରା ପରିବେଶ । ମାଘ ଚତୁର୍ଦଶୀ ଅଲେଖ ଗୋସେଇଁଙ୍କ ଇହଲୀଳା ସମ୍ବରଣ ଦିବସଟି ମହିମା ଧର୍ମଲମ୍ବୀଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ । ଯାହାକୁ ଦୀର୍ଘ୧୫୧ ବର୍ଷ ଧରି ନିରବିଚ୍ଛିନ୍ନ ଭାବେ ମହାସମାରୋହରେ ପାଳନ କରାଯାଉଛି । ମେଳା ପାଇଁ ମହିମା ପୀଠରେ ଜମିଛି ସାଧସନ୍ଥଙ୍କ ଭିଡ ।ମହିମା ମେଳାର ମୁଖ୍ୟ ଆକର୍ଷଣ ହେଉଛି ଝାଡବତୀରେ ମହଣ ମହଣ ଦେଶୀ ଘିଅ ଆହୁତି । ଯାହାକୁ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଲାଗୁଛି । ସନ୍ଧ୍ୟା ୫:୩୦ମିନିଟରେ ଝାଡବତୀ ଲାଗିଥିଲା। ଯାହାକୁ ଦର୍ଶନ କରିବାପାଇଁ ଭକ୍ତ ଭିଡ଼ ଲାଗିଥିଲା।

Leave a Reply

Your email address will not be published. Required fields are marked *