ଗୋପବନ୍ଧୁ ଦାସ ଙ୍କ ସ୍ମୃତି ପୀଠର ପ୍ରତିଷ୍ଠା ଦିବସ ପାଳିତ

ଗୋପବନ୍ଧୁ ଦାସ ଙ୍କ ସ୍ମୃତି ପୀଠର ପ୍ରତିଷ୍ଠା ଦିବସ ପାଳିତ।ସତ୍ୟବାଦୀ,ପୁରୀ ୨୩/୨ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ପ୍ରକୃତ ରେ ଉତ୍କଳ ର ମଣି ଥିଲେ।ତ୍ୟାଗ,ସେବା ଓ ସମର୍ପଣ ର ସେ ଥିଲେ ମୂର୍ତ୍ତିମନ୍ତ ପ୍ରତୀକ।ତାଙ୍କର ସ୍ମୃତି ରକ୍ଷା ପାଇଁ ସରକାର ଙ୍କ ଉଦ୍ୟମ ପ୍ରଶଂସନୀୟ।ଏହା କେବଳ ଆମ ରାଜ୍ୟ ନୁହେଁ ଦେଶର ବିଭିନ୍ନ ସ୍ଥାନରୁ ଆସୁଥିବା ବ୍ୟକ୍ତି ମାନ ଙ୍କୁ ଉତ୍କଳମଣି ଙ୍କ ଆଦର୍ଶ ସମ୍ପର୍କରେ ସଚେତନ କରାଇ ଚାଲିଥିବ ବୋଲି କହିଛନ୍ତି ବକ୍ତା ମାନେ। ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସ୍ମୃତି ପୀଠ ର ପ୍ରଥମ ପ୍ରତିଷ୍ଠା ଦିବସ ସୁଆଣ୍ଡୋ ସ୍ଥିତ ଗୋପବନ୍ଧୁ ସଂଗ୍ରହାଳୟ ଠାରେ ପାଳନ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଡଃ ଶରତ ଚନ୍ଦ୍ର ମହାପାତ୍ର ଓ ବିଶିଷ୍ଟ ଅତିଥି ଭାବେ ସାମାଜ ସେବୀ ଧୀରେନ୍ଦ୍ର ଦାଶ ଓ ରବି ଦାଶ ଯୋଗଦେଇ ଦେଇଥିଲେ l

ଏହା ସହିତ ତହସିଲଦାର ଜୟନ୍ତ ଜୟସିଂହ, ବ୍ଲକ ଉନ୍ନୟନ ଅଧିକାରୀ ଲିପ୍ସା ରାୟ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଉପସ୍ଥିତ ଥିଲେ l ସକାଳ ୯ ଘଟିକାରେ ସଂଗ୍ରହାଳୟ ପରିସରରେ ସ୍ଥାପିତ ହୋଇଥିବା ଗୋପବନ୍ଧୁ ଙ୍କ ପ୍ରତି ମୂର୍ତ୍ତିରେ ଓ ଷଠି ଘରେ ସମସ୍ତ ଅତିଥି ମାଲ୍ୟାର୍ପଣ କରିବା ସହିତ ସଂଗ୍ରହାଳୟ ପରିଦର୍ଶନ କରିଥିଲେ l ପରେ ୧୦ଘଟିକାରେ ସଂଗ୍ରହାଳୟ ପରିସର ରେ ଗୋପବନ୍ଧୁ ଙ୍କ ଜୀବନୀ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲେ ଯେଉଁଥିରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ସହ ୧୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଯୋଗଦେଇ ଥିଲେ l ଏହି ଆଲୋଚନା ଚକ୍ରକୁ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ବେହେରା ସଂଯୋଜନା କରିଥିଲେ l ପ୍ରାରମ୍ଭରୁ କାର୍ଯ୍ୟକ୍ରମ ର ସଫଳ ଆୟୋଜନ ନିମନ୍ତେ ଏଲ୍ ଆଣ୍ଡ୍ କେ ସର୍ଭିସେସର କର୍ମଚାରୀ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *