ବ୍ଲକରେ ସ୍ୱଚ୍ଛତା ଅଭିଯାନ
ଭଣ୍ଡାରିପୋଖରୀ,୧୩/୮: ଭଣ୍ଡାରିପୋଖରୀ ବ୍ଲକ ପରିସରରେ ଶୁକ୍ରବାର ବିଡିଓ ଦେବଦତ୍ତ ଦାଶଙ୍କ ନେତୃତ୍ୱରେ ସଫେଇ କାର୍ଯ୍ୟ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ମଙ୍ଗଳ ଅଧିକାରୀ ବିଜୟାନନ୍ଦ ରାଉତ, ବିଆରସି ଉଦୟନାଥ ବେଜ, ସ୍ୱେଚ୍ଛାସେବୀ ସଂଘ ପକ୍ଷରୁ କାହ୍ନୁଚରଣ ମହାନ୍ତି, ରାଜୀବଲୋଚନ ବିଶ୍ୱାଳ, ସୁଭଦ୍ରା ପାତ୍ର, ସୀତା ସାହୁ, କମଳା ମହାରଣା, ରାଧାଶ୍ୟାମ ମହାନ୍ତି, ନୃସିଂହ ବେହେରା, ବଳରାମ ଜେନା, ଜୟନ୍ତ ଖୁଣ୍ଟିଆ, ଜଗନ୍ନାଥ ସେନାପତି, କିଶୋର ଦଳେଇ, ନୀଳମଣି ଗାହାଣ ପ୍ରମୁଖ ବ୍ଲକ ପରିସର ଓ ଏହାର ଚତୁଃପାଶ୍ୱର୍ ସଫେଇ କରିଥିଲେ । ଏହି ଅଭିଯାନ ନୀୟମିତ ଭାବେ ଚାଲ ରଖିବାକୁ ବିଡିଓ ଶ୍ରୀ ଦାସ ସୂଚନା ଦେଇଥିଲେ ।
ରିପୋର୍ଟ:-ପୁନିଲ କୁମାର ସାମନ୍ତ, ।
