ଗରୀବର ଯୋଜନା କେବଳ ନାମକୁ ମାତ୍ର, ଗରିବ କେଵେକ ଭୋଟବ୍ୟାଙ୍କ ହୋଇ ରହିଯାଇଛି

ଘର ଖଣ୍ଡିଏ ନାହିଁ ,ଯୋଜନା କେବଳ ନାମକୁ ମାତ୍ର ଗରିବର କିନ୍ତୁ ପ୍ରକୃତ ଗରିବ ର ଭରଷା ଜରିପାଲ ଟଣା ଭଙ୍ଗା କୁଡ଼ିଆ! ଇଏ ହେଉଛି ଆମ ଦୁର୍ଗମ ଅଂଚଳରେ ବସବାସ କରୁଥିବା କିଛି ଗରିବ ପରିବାର ଙ୍କୁ ବିକାଶ ର ଉପହାସ! ଘରଟିଏ ନାହିଁ ବୋଲି କିଏ ଜରି ପାଲ ଟାଣି ସେଇ ଭଙ୍ଗା ଦଦରା ଘରଟି ଭିତରେ ତା ପରିବାର ସହ ଜୀବନ ବିତାଉଛି ତ କାହା ଘରେ ବିଜୁଳି ଆଲୁଅ ଟିକେ ନଥିବାରୁ ଦୀପ ଶିଖା ଜାଳି ବିତୁଛି ରାତି, କେନ୍ଦ୍ର ସରକାର ଯୋଗେଇଦେଇଥିବା ପ୍ରଧାନମନ୍ତ୍ରୀ ଆବାସ ଗୃହ କାହାକୁ ମିଳୁଛି ଆଉ କିଏ ପାଇବା ଲାଗି ଯୋଗ୍ୟ ଥାଇବି ଏଥିରୁ ବଞ୍ଚିତ ରହିଯାଇଛି ଏବେ ଏଠି ପ୍ରଶ୍ନ ଉଠୁଛି ଏମାନଙ୍କ ନାମରେ ଗୃହ ଆସିଛି କିନ୍ତୁ ଏମାନେ ପାଇନାହାନ୍ତି କିମ୍ବା ଏମାନଙ୍କ ନାମ ପଞ୍ଜିକୃତ ହିଁ ହୋଇନି,ତେବେ ଏମାନଙ୍କ ଜୀବନ କଣ ଆଜୀବନ ଏହି ଝାଟିମାଟି ଘରେ ଏମିତି ବିତିଯିବ କି ଏମାନଙ୍କୁ ସରକାର କେବେ ଯୋଗ୍ୟ ବିବେଚନା କରିବେ? ଏ ଦୃଶ୍ୟ ହେଉଛି ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ କାନାକୋଟ ଗ୍ରାମପଂଚାୟତ ର ପୂର୍ଲା ଗ୍ରାମର , ଯେଉଁଠି ଏମିତି କିଛି ପରିବାର ରୁହନ୍ତି ଯେଉଁମାନେ କୁଲି ମଜୁରୀ କରି ପରିବାର ର ପେଟ ଚାଖଣ୍ଡେକ ପାଇଁ ଦାନା ଯୋଗାଡ଼ କରିଥାନ୍ତି, କିନ୍ତୁ ଏଭଳି ପରିବାର କୁ ସରକାର ଯୋଗେଇଦେଇ ପାରିନି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଖଣ୍ଡିଏ ଘର, ତେବେ ଏହି ଚାରି ପରିବାର ମଧ୍ୟରେ ମମତା ଦେୱାନ ଙ୍କ ପରିବାର ସୁପ୍ରିୟା ହଳଦାର ଙ୍କ ପରିବାର ସୁଭଦ୍ରା ହାଲଦାର ଏବଂ ସବିତା ମଣ୍ଡଲ ଙ୍କ ପରିବାର। ଇଏ ହେଉଛି ମମତା ଦେୱାନ ଙ୍କ ଘର, ତାଙ୍କ ଆଖିସାମ୍ନା ରେ ଅନେକ ଅଯୋଗ୍ୟ ପରିବାର ପ୍ରଶାସନ ର ଦୃଷ୍ଟିରେ ଯୋଗ୍ୟ ହେଇଯାଉଛନ୍ତି କିନ୍ତୁ ମମତା ଙ୍କ ପରିବାର ପାଇଁ ସେଇ ମାଟି କୁଡ଼ିଆ ହିଁ ସହାଭରସା! ଆଉ ଏକ ପରିବାର ହେଉଛି ସୁପ୍ରିୟା ହଳଦାରଙ୍କ ପରିବାର ଆଉ ଇଏ ହେଉଛି ତା ପରିବାର କୁ ନେଇ ରହିଆସୁଥିବା ଜରିପାଲ ଟଣା ଭଙ୍ଗା କୁଡ଼ିଆ, ସେଇ ଦଦରା କୁଡ଼ିଆରେ ନିଜର ଦୁଇ ଛୁଆ ଏବଂ ସ୍ୱାମୀ ସ୍ତ୍ରୀ ଖରାବର୍ଷା ଶୀତ ବାରମାସ ନାହିଁ ନଥିବା ସମସ୍ୟାରେ ରହି ଆସୁଛନ୍ତି, ବର୍ଷା ଦିନ ଆସିଲେ ଏମାନଙ୍କ ଦୁର୍ଦଶା କହିଲେ ନସରେ, ପାଣି ପବନରେ ସେଇ ଭଙ୍ଗା ଘରେ ଅତି କଷ୍ଟରେ ଏହି ଚାରି ପ୍ରାଣୀ ଜୀବନ ବିତାଉଥିବା କହିଛନ୍ତି ଗ୍ରାମବାସୀ ଅପରପକ୍ଷେ ଆଉ ଏକ ପରିବାର ହେଉଛି ସବିତା ମଣ୍ଡଲଙ୍କ ପରିବାର, ସେହି ସମଦସା, ଗୁହାରି କରିବେ ତ ଆଉ କାହାକୁ ଗୁହାରି କରିବେ ଆଉ କେତେ ଗୁହାରି କରିବେ ହଁ ଆଜ୍ଞା ଏଭଳି ସମସ୍ୟା ତ ଅନେକ ରହିଛି କହିବାକୁ ଗଲେ ଯେଉଁ ମାନଙ୍କ ଉଦେଶ୍ୟରେ ଆଉ ଯେଉଁମାନଙ୍କ ପାଇଁ ତିଆରି ହେଉଛି ଯୋଜନା ସେମାନେ କିନ୍ତୁ ଏଥିରୁ ବଞ୍ଚିତ ହୋଇ ରହିଯାଉଛନ୍ତି ବାରମ୍ବାର ଏଭଳି ଘଟଣା ଗୁଡିକ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଗୋଚର ହେଉଥିଲେ ମଧ୍ୟ ଏଭଳି ଘଟଣା କୁନେଇ ଅଧିକାରୀ କେବେ ଏହାର ସୁଧାର ପାଇଁ ତତ୍ପରତା ଦେଖେଇ ନଥିବାରୁ ସବୁ ଯୋଜନା ଏଠି ବାଟ ବଣା ଆଉ ବାଟ ମାରଣା।ଗରିବ କିନ୍ତୁ କେବଳ ଖଟୁଛି ତା ପରିବାର ର ପେଟକୁ ମୁଠେ ଦାନା ଯୋଗାଡ଼ିବା ପାଇଁ, ହେଲେ ପ୍ରକୃତ ବିକାଶ ଟା ଏଇଠି ଅଟକି ରହିଯାଇଛି. ଇଏ ହେଉଛି ରାଜ୍ୟ ସରକାର ଙ୍କ ପ୍ରକୃତ ବିକାଶ ର ଚିତ୍ର!

Leave a Reply

Your email address will not be published. Required fields are marked *