ଗାଁ ସାଥି (ମେଟ )ଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା
ଭଦ୍ରକ,୧୩/୮-ଗାଁ ସାଥି ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ଭଦ୍ରକ ଜିଲ୍ଲା ଶାଖା ତରଫରୁ ଅନେକ ଦାବିକୁ ନେଇ ଆଜି ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି ।ଦାବି ଅନୁସାରେ ମେଟ ମାନଙ୍କୁ ଅନେକ ଦିନଧରି କରିଥିବା କାର୍ଯ୍ୟର ପ୍ରାପ୍ୟ ମିଳିପାରିନାହିଁ, ଵର୍ଷକୁ 100 ଦିନର କାର୍ଯ୍ୟ ମିଳିପାରୁନାହିଁ, କୋଭିଡ ସହାୟତା ମିଳିପାରିନାହିଁ, ମୟୁରଭଞ୍ଜ ଜିଲ୍ଲାର ମେଟ ମାନିନୀ ନାୟକଙ୍କ ହତ୍ୟାର ଅଭିଯୁକ୍ତଙ୍କୁ ଗିରଫ, ଏମିତି ଅନେକ କିଛି ଦାବିନେଇ ରାଜ୍ୟ ସାଧାରଣ ସମ୍ପାଦକ ତଥା ଜିଲ୍ଲା ମେଟ ସଂଘର ସଂଗଠକ ଲକ୍ଷ୍ମୀଧର ବିଶ୍ୱାଳଙ୍କ ନେତୃତ୍ୱରେ ଏକ ବିଶାଳ ଗଣ ଧାରଣା ଦିଆଯାଇଥିଲା ଏବଂ ଯଦି ଆଗକୁ ସମସ୍ୟା ସମାଧାନ ନହୁଏ ତେବେ ଆନ୍ଦୋଳନ ତୀବ୍ର ହେବବୋଲି କହିଛନ୍ତି ରାଜ୍ୟ ସାଧରଣ ସମ୍ପାଦକ ତଥା ଜିଲ୍ଲା ସଂଗଠକ ଲକ୍ଷ୍ମୀଧର ବିଶ୍ୱାଳ।
ଭଦ୍ରକରୁ ପୁନିଲ କୁମାର ସାମନ୍ତଙ୍କ ରିପୋର୍ଟ।
