ବେଳାଭୂମିରେ ମଦ ଦୋକାନ ଖୋଲିବା ନିଷ୍ପତ୍ତି ବିରୋଧରେ ନବନିର୍ମାଣ ସମିତି ଓଡିଶା ପକ୍ଷରୁ ବିକ୍ଷୋଭ ଓ ଜଗତସିଂହପୁର ଜିଲାପାଳଙ୍କୁ ସ୍ମାରକ ପତ୍ର

ଜଗତସିଂହପୁର :୧୩/୮- ଓଡିଶା ସରକାର ଜନସାଧାରଣମାନଙ୍କ ହିତ ଦୃଷ୍ଟି କୁ ବିଚାର ନ କରି ସମସ୍ତ ବେଳାଭୂମି ମାନଙ୍କରେ ମଦ ଦୋକାନ ଖୋଲିବା ପାଇଁ ନେଇଥିବା ନିଷ୍ପତି  ଏବଂ ଜଗତସିଂହପୁର ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କ ଏହି ନିଷ୍ପତିକୁ ପାରାଦୀପ ବେଳାଭୂମିରେ କାର୍ଯ୍ୟକାରୀ କରିବାକୁ ଯୋଜନା କରୁଥିବାରୁ ଏହାକୁ ବିରୋଧ କରି ଆଜି ନବ ନିର୍ମାଣ ସମିତି ଓଡିଶା ପକ୍ଷରୁ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଓ ଏହାକୁ ବନ୍ଦ କରିବାକୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ପାରାଦୀପ କେବଳ ମାତ୍ର ଏକ ମନୋରଞ୍ଜନ ,ପର୍ଯ୍ୟଟନ ବା ବନ୍ଦରଭିତ୍ତିକ ଶିଳ୍ପସହର ନୁହଁ ଏହା ଶିକ୍ଷା ,ସଂସ୍କୃତି ,ଆଧ୍ୟାତ୍ମିକ, ଗବେଷଣା, ବ୍ୟବସାୟ,ଜୀବିକା ଅର୍ଜନ ଓ ପ୍ରାକୃତିକ ବିଭବକୁ ନେଇ ଏହା ଏକ ପୁରାତନ ବେଳାଭୂମିର ସହର । ଯଦି ଆଗାମୀ ଦିନରେ ପାରାଦୀପ ସହର କିମ୍ବା ଏହାର ବେଳାଭୂମିରେ ଅଧିକ ନୂତନ ମଦ ଦୋକାନ ଖୋଲେ ତେବେ ଏଠାରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ଏହି ସହରକୁ ଆହୁରି ଅଶାନ୍ତ କରିଦେବ ଯାହାର କୁପ୍ରଭାଵ ମଣିଷ ସମାଜ ଉପରେ ପଡିବ । ଏଣୁ ସରକାର ଏ ନିଷ୍ପତ୍ତିକୁ ବନ୍ଦ କରିବାକୁ  ନବ ନିର୍ମାଣ ସମିତିବିକ୍ଷୋଭ ପ୍ରଦର୍ଶନ ଜ଼ିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଛି ।

  ରିପୋର୍ଟ:-ପୁନିଲ କୁମାର ସାମନ୍ତ, ।

Leave a Reply

Your email address will not be published. Required fields are marked *