ରାଇକିଆ ପ୍ରାଣୀ ଚିକିତ୍ସାଳୟରେ ପ୍ରାଣୀ ଡାକ୍ତର ଙ୍କ ନାମରେ ଅଭିଯୋଗ

ସୂଚନା ଅନୁଯାୟୀ ରାଇକିଆ ପ୍ରାଣୀ ଚିକିତ୍ସାଳୟରେ ଗତ ଏକ ବର୍ଷ ହେଲା କୌଣସି ଡ଼ାକ୍ତର ରହୁ ନ ଥିବା ବେଳେ କିନ୍ତୁ ସବୁ ଦିନ ଅଫିସ ଖୋଲା ରହୁଥିବା ଦେଖିବାକୁ ମିଳୁଅଛି ସତ କିନ୍ତୁ କୌଣସି ଡାକ୍ତର ପ୍ରାଣୀ ଚିକିଛାଳୟ ରେ ରହୁନାହାନ୍ତି । ପଶୁ ପକ୍ଷୀ ମାନଙ୍କ ଦେହ ଖରାପ ବେଳେ ଚିକିତ୍ସା ନ ପାଇବା କାରଣ ରୁ ଗାଇ ଗୋରୁ ମରି ଯାଉଛନ୍ତି । ଗତ ତିନି ଦିନ ହେଲା ସନ୍ତୋଷ କୁମାର ପଣ୍ଡା ଏବଂ ଶ୍ୟାମସୁନ୍ଦର ସାହୁ ନାମକ ଦୁଇଜଣ ବ୍ୟକ୍ତି ଙ୍କ ଗାଇର ଦେହ ଖରାପ ଥିବା ସକାଶେ ସେମାନେ ଗାଈ ଗୁଡିକୁ ପ୍ରାଣୀ ଚିକିତ୍ସାଳୟକୁ ଆଣିଥିଲେ କିନ୍ତୁ ସେଠାରେ ଡାକ୍ତର ନଥିବା ଦେଖି ପ୍ରାଣୀ ଡାକ୍ତର ଆୟୁଷ୍ମାନ ସାହୁ ଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ଡାକ୍ତର ଚିକିତ୍ସାଳୟ କୁ ଆଣନ୍ତୁ ବୋଲି କହିଥିଲେ କିନ୍ତୁ ପରୀତାପର ବିଷୟ ଗାଈ ଗୁଡିକୁ ଚିକିତ୍ସାଳୟକୁ ଆଣିଲା ବେଳେ କେହି ଡାକ୍ତର ନଥିବା ଗାଈ ମାଲିକ ଅଭିଯୋଗ କରିଥିଲେ ଯେ ଆପଣ ତିନି ଦିନ ହେଲା ଗାଈ କୁ ଡାକ୍ତରଖାନା ଆଣନ୍ତୁ ବୋଲି କହୁଛନ୍ତି କିନ୍ତୁ ଗାଈ କୁ ଆଣିବା ସମୟ ରେ ଡାକ୍ତର ଆସୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । ଏବିଷୟରେ ଚିକିତ୍ସାଳୟ ଦାୟିତ୍ଵ ରେ ଥିବା ଭାରପ୍ରାପ୍ତ ଅଧିକାରୀ ଦୀପକ କୁମାର ପ୍ରଧାନଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ମୋ ନଜରକୁ ଏମିତି ଘଟଣା କେବେ ଆସିନି କି ମୋତେ କେହି ଫୋନ କରି ନାହାନ୍ତି ବୋଲି ମତ ପ୍ରକାଶ କରିଛନ୍ତି । ଅକାଳରେ ପଶୁ ପକ୍ଷୀ ର ଜୀବନ ଯାଉଛି । ରାଜ୍ୟ ସରକାର ପ୍ରାଣୀ ସମ୍ପଦ ସକାଶେ କୋଟି କୋଟି ଖର୍ଚ୍ଚ କରୁଥିବା ବେଳେ କର୍ମଚାରି ଙ୍କ ଦାଇତ୍ୱ ହୀନତା ସକାଶେ ଯୋଜନା ଗୁଡିକ ର ସଫଳ ରୁପାୟନ ହୋଇ ପାରୁନାହିଁ ବୋଲି ବୁଦ୍ଧିଜୀବୀ ଙ୍କ ମତ ରେ ଶୁଣିବାକୁ ମିଳିଅଛି।ଗାଇ ଗୋରୁଙ୍କ ମାଲିକ ମାନେ ଚିକିତ୍ସାଳୟ କୁ ଦୌଡ଼ି ଦୌଡ଼ି ନୟାନ୍ତ ହେଉଛନ୍ତି । ସନ୍ତୋଷ କୁମାର ପଣ୍ଡା ଙ୍କ ଦୁଇଟି ଗାଇ ଏବଂ ଶ୍ୟାମସୁନ୍ଦର ସାହୁଙ୍କ ଗୋଟିଏ ଗାଇ ମରିଥିବା ବେଳେ ଡାକ୍ତର ଙ୍କ ଦାଇତ୍ୱ ହୀନତା କାରଣ ରୁ ଶ୍ୟାମ ସୁନ୍ଦର ସାହୁ ଙ୍କ ର ଗାଈ ର ଇନ୍ସୁରାନ୍ସ ଟଙ୍କା ମିଳିପାରିଲା ନାହିଁ ବୋଲି ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *