ରାୟଗଡ଼ା ଜିଲ୍ଲା କଲୋନରା ବ୍ଳକ ଉଜ୍ଜ୍ୱଳା ଦିଦି ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ୩ ଦଫା ଦାବି ପତ୍ର ପ୍ରଦାନ
ଭାରତୀୟ ମଜଦୁର ସଂଘ ଦ୍ଵାରା ପରିଚାଳିତ ଓଡ଼ିଶା ରାଜ୍ୟ ଉଜ୍ଜ୍ୱଳା ଦିଦି ସଂଘ କଲୋନରା ବ୍ଳକ ପକ୍ଷରୁ କଲୋନରା ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଭାରତ ସରକାରଙ୍କ ଦ୍ୱାରା ପ୍ରତିଟି ଗରିବ ଲୋକଙ୍କ ଘରେ ଉଜ୍ଜଳା ଗ୍ୟାସ ଯୋଗାଇଦିଆଗଲା ଯାହା ଫଳରେ କୋଟି କୋଟି ଲୋକ ଉପକୃତ ହେଲେ । ଭାରତର ପ୍ରଧାନମନ୍ତ୍ରୀ ବିଭିନ୍ନ ସଭାସମିତିରେ ଭାଷଣ ମାଧ୍ୟମରେ କହିଛନ୍ତି ,ଏହା ଆମ ଦେଶ ପାଇଁ ଗର୍ବ ଓ ଗୌରବର ବିଷୟ। ଓଡ଼ିଶାରେ ମଧ୍ୟ ଏହି କାର୍ଯ୍ୟକୁ ସାକାର କରିବା ପାଇଁ ଉଜ୍ଜ୍ୱଳା ଦିଦି ମାନଙ୍କୁ କାର୍ଯ୍ୟଭାର ଦାୟିତ୍ଵ ଦିଆଯାଇଥିଲା। ସେମାନେ ସରକାରଙ୍କ ଏହି ଯୋଜନାରୁ ସଫଳ କରିବା ଦିଗରେ ସହଯୋଗ ର ହାତ ବଢ଼ାଇଥିଲେ । ଓଡ଼ିଶାରେ କାର୍ଯ୍ୟରତ ଉଜ୍ଜ୍ୱଳା ଦିଦି ମାନଙ୍କର କିଛି ଦାବି ରାୟଗଡ଼ା ଜିଲ୍ଲା ଶାଖା କଲୋନରା ବ୍ଳକ ପକ୍ଷରୁ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୩ ଦଫା ଦାବି ପତ୍ର ପ୍ରଦାନ କରିଥିଲେ । ଦାବି ମଧ୍ୟରେ ଉଜ୍ଜ୍ୱଳା ଦିଦି ମାନଙ୍କୁ କାର୍ଯ୍ୟଦେବା ସମୟରେ ଯେଉଁ ସବୁ ପ୍ରତିଶୃତି ଦିଆଯାଇଥିଲା ତାହାକୁ କାର୍ଯ୍ୟକାରୀ କରାଯିବା , ସମସ୍ତ ଉଜ୍ଜ୍ୱଳା ଦିଦି ମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଗାଇ ଦିଆଯିବା , ଉଜ୍ଜ୍ୱଳା ଦିଦି ମାନଙ୍କୁ କର୍ମ ନିଯୁକ୍ତି ଯୋଜନାରେ କାମ ଯୋଗାଇ ଦେବା ସହ ପାରିଶ୍ରମିକ ଯୋଗାଇ ଦିଆଯିବାରେ ଅନ୍ତର୍ଭୁକ୍ତ କରିବା ପାଇଁ ଦାବି କରାଯାଇଥିଲା । କଲୋନରା ବ୍ଳକ ସଂଯୋଜିକା ଶ୍ରୀମତୀ କଟି କାଡ୍ରାକାଙ୍କ ସଂଯୋଜନାରେ ଆୟୋଜିକା କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘ ର ରାଜ୍ୟ ଉପସଭାପତି ଶ୍ରୀ ଯୋଗେଶ୍ଵର ଦାସ , ସମ୍ମାନୀୟ ଅତିଥି ଭାବେ ଉଜ୍ଜ୍ୱଳା ଦିଦି ସଂଘ ର ଜିଲ୍ଲା ସଂଯୋଜିକା ଶ୍ରୀମତୀ ଭବାନୀ ନୀମାଲ , ଭାରତୀୟ ମଜଦୁର ସଂଘ ର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଧର୍ମ ସିଂ ନାଗ , ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁ , ସହ ସମ୍ପାଦିକା ନେହା ସିଂ , ନଗର ସଭାପତି ଶିବ ପ୍ରସାଦ ସିଂ ଯୋଗ ଦେଇଥିବା ବେଳେ। କାର୍ଯ୍ୟକ୍ରମକୁ ବ୍ଳକ ସଂଘର ଯମୁନା କାଡ୍ରାକା , ରଶ୍ମିତା ପିରିବିକା , ବନିତା କୁର୍ମିକା , ସୌଜନ୍ୟା ପିରବିକା ସହ ବ୍ଳକର କାର୍ଯ୍ୟକାରୀ ସଦସ୍ୟ ମାନେ ପରିଚାଳନାରେ ସହଯୋଗ କରିଥିଲେ ।
ରାୟଗଡ଼ାରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର ଲାଇଭ
