ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର,ଘୋଡ଼ା ବଜାର, ପୁରୀ ପରିସରରେ ପାଳିତ

ଅଦ୍ୟ ତା-୨୮/୦୨/୨୦୨୪ ରିଖ (ବୁଧବାର) ଦିନ ଜାତୀୟ ବିଜ୍ଞାନ ଦିବସ ଅବସରରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର,ଘୋଡ଼ା ବଜାର, ପୁରୀ ପରିସରରେ ପାଳିତ ହୋଇ ଯାଇଛି। indian Science Congress Association, ଭୁବନେଶ୍ୱରର Convenor ଡ଼ଃ ଏସ.କେ.ଏସ. ପରାଶର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚନ୍ଦ୍ର ଶେଖର ଭେଙ୍କେଟ ରମଣଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧା ଜ୍ଞାପନ କରିବା ସହିତ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଆଜିର ଯୁଗରେ ମାନବର ସମସ୍ତ ଆବଶ୍ୟକତା ପୂରଣରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଗୁରୁତ୍ୱ କୁ ବୁଝାଇଥିଲେ।ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ପଢିବା ପ୍ରତି ଆକୃଷ୍ଟ କରିବା ଓ ବିଜ୍ଞାନମନସ୍କ କରିବା ଉଦ୍ଦେଶ୍ୟରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ ହୋଇଥିଲା।ବିଜ୍ଞାନ ପ୍ରଶ୍ନମଞ୍ଚ, ବିନା ମୂଲ୍ଯ ବା ସ୍ୱଳ୍ପ ମୂଲ୍ୟରେ ପ୍ରକଳ୍ପ ପ୍ରସ୍ତୁତି,ବୈଜ୍ଞାନିକଙ୍କ ବିଷୟରେ ଭିଡିଓ ପ୍ରସ୍ତୁତି,ବୈଜ୍ଞାନିକମାନଙ୍କ ଫଟୋଚିତ୍ର ପ୍ରଦର୍ଶନ,ବିଜ୍ଞାନ ସମ୍ବନ୍ଧୀୟ ନାଟକ ପ୍ରଦର୍ଶନ ଓ ବିଜ୍ଞାନ ସମ୍ବନ୍ଧୀୟ ପେପେର କଟିଂ ସଂଗ୍ରହ ଆଦି ପ୍ରତିଯୋଗିତାରେ ପ୍ରତିଭାଗୀମାନେ ନିଜର ପାରିଦର୍ଶିତା ଦର୍ଶାଇ ଥିଲେ।ଶିଶୁ,ବାଲ, କିଶୋର ଓ ତରୁଣ ବର୍ଗର ଛାତ୍ରଛାତ୍ରୀଙ୍କ ଦ୍ଵାରା ପ୍ରସ୍ତୁତ ପ୍ରକଳ୍ପ ପରିଦର୍ଶନ ସହିତ ବିଜ୍ଞାନ ବିଷୟ ବସ୍ତୁ ଆଧାରିତ ନାଟକ ପର୍ଯ୍ୟବେକ୍ଷଣ କରି ଅତିଥି ବୃନ୍ଦ ପ୍ରତିଭାଗୀମାନଙ୍କ ପ୍ରତିଭାକୁ ପ୍ରଶଂସା କରିଥିଲେ।ଶେଷରେ ବିଜୟୀ ପ୍ରତିଭାଗୀ ମାନଙ୍କୁ ମେଡାଲ ଓ ପ୍ରମଣାପତ୍ର ପ୍ରଦାନ କରି ଉତ୍ସାହିତ କରାଯାଇଥିଲା।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଅରବିନ୍ଦ ଦାସ ଅତିଥି ମାନଙ୍କ ସ୍ୱାଗତ ଭାଷଣ ଓ ପରିଚୟ ପ୍ରଦାନ କରିଥିବା ବେଳେ ପରିଚାଳନା ସମିତିର ସମ୍ପାଦକ ଶ୍ରୀଯୁକ୍ତ ସୀମାଚଳ ପଣ୍ଡା ବିଦ୍ୟାଳୟ ତରଫରୁ ଧନ୍ୟବାଦ ଜ୍ଞାପନ କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଜ୍ଞାନ ବିଶେଷଜ୍ଞ ଶ୍ରୀଯୁକ୍ତ କାମଳାକାନ୍ତ ଜେନା ଓ ସରସ୍ୱତୀ ଜ୍ଞାନ ମନ୍ଦିର+୨ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦାୟିତ୍ୱରେ ଥିବା ଶ୍ରୀମତୀ ନିବେଦିତା ଦାସ ମଧ୍ୟ ମଞ୍ଚାସୀନ ଥିଲେ। ସମସ୍ତ କାର୍ଯ୍ୟକ୍ରମ ସମସ୍ତ ଗୁରୁଜୀ ଗୁରୁମା ଓ ସେବକ ସେବିକାଙ୍କ ସହଯୋଗରେ ସମ୍ପାଦିତ ହୋଇଥିଲା।

Leave a Reply

Your email address will not be published. Required fields are marked *