ସାମ୍ବାଦିକଙ୍କ ପାଇଁ ମାସିକ ପେନସନ ସ୍କିମ ଓ ସାମ୍ୱାଦିକ ସୁରକ୍ଷା ଆଇନ ଦାବୀ କଲା ଓଡିଶା ସାମ୍ୱାଦିକ ସଙ୍ଘ

ଓଡିଶା ସାମ୍ବାଦିକ ସଙ୍ଘ ପକ୍ଷରୁ ସାମ୍ବାଦିକ ଙ୍କ ପାଇଁ ରାଜ୍ୟ ସରକାର ଙ୍କ ଠାରେ ମାସିକ ପେନସନ ସୁରକ୍ଷା ଆଇନ ଦାବି ଦୋହରାଇଛନ୍ତି। ଏଠି ନେଇ ଭଦ୍ରକ ଜିଲ୍ଲା ସଭାପତି ଏବଂ କର୍ମକର୍ତା ମାନକ ପକ୍ଷରୁ ସକାଳେ ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5t ଅଦକ୍ଷ ଭିକେ ପାଣ୍ଡିୟନ ଉଦ୍ୟସରେ ଏକ ଦାବିପତ୍ର ପଦାନ କରାଯାଇଥିଲା ଅପରାହ୍ନରେ ଭାଗବତ କଲ୍ୟାଣ ମଣ୍ଡପ ପରିସରରେ ସମସ୍ତ ଜିଲ୍ଲା ସାମ୍ବାଦିକଙ୍କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସଭାପତି ଜ୍ଞାନ ପ୍ରକାଶ ପାଣି ସମ୍ପାଦକ ଉଦ୍ଧବ ମିଶ୍ର ଉକ୍ତ ଦାବି ଉପସ୍ଥାପନ କରିଥିଲେ। ବିଶେଷ କରି ଓଡିଶା ରେ ସ୍ୱାଧୀନତା ଠାରୁ ଆଜି ପର୍ଯ୍ୟନ୍ତ ସାମ୍ବାଦିକ ମାନଙ୍କ ନ୍ୟାର୍ଯ୍ୟ ଅଧିକାର ମିଳିପାରିନାହିଁ। ଏହା ଛଡା ୨୪ ବର୍ଷ ର ରାଜ୍ୟ ସରକାର ମଧ୍ୟ ଅଣଦେଖା କରି ଚାଲିଛନ୍ତି। ଏଣୁ ନିର୍ବାଚନ ପୂର୍ବରୁ ଓଡ଼ିଶାର ସାମ୍ବାଦିକ ମାନଙ୍କ ପାଇଁ ପେନସନ ଯୋଜନା ଓ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବାକୁ। ସଙ୍ଘ ପକ୍ଷରୁ ଦାବିକରାଯାଇଛି। ଗରିବ ମଧ୍ୟମିତ ପରିବାରର ସାମ୍ବାଦିକ ମାନେ ଦୁଃଖ କଷ୍ଟରେ ସାମ୍ବାଦିକ କରୁଥିବା ବେଳେ ସେମାନଙ୍କୁ ଆର୍ଥିକ ପ୍ରସ୍ତାହାନ ଯୋଗାଇ ଦେଲେ ମୁଖ୍ୟମନ୍ତ୍ରୀ ବାହା ବାହା ନେବେ ବୋଲି ସଙ୍ଘ ତରଫୁର କୁହାଯାଇଛି। ଏହା ଛଡା ନିର୍ବାଚନ ବେଳେ ଆକ୍ରମଣ ହେଉଥିବା ଯୋଗୁଁ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବା ଓ ସ୍ୱାସ୍ଥ୍ୟ ବୀମା ର ଅବଧି ବୃଦ୍ଧି ସହିତ ସମସ୍ତ ମେଡିକାଲରେ ବୀମା କାର୍ଯ୍ୟକାରି କରାଯିବ ନେଇ ଦାବି କରାଯାଇଛି। ମାଳ ମାଳ ଯୋଜନା କରୁଥିବା ସରକାର ସାମ୍ବାଦିକଙ୍କ ପାଇଁ ଯୋଜନା ଲାଗୁ କରିବାକୁ ଦାବି କରାଯାଇଛି। ନଚେତ ଓଡିଶା ର ସାମ୍ବାଦିକ ମାନେ ସଚେତନ ହୋଇ ଆଗାମୀ ଦିନ ରେ ଆନ୍ଦୋଳନ କୁ ଓଲ୍ହାଇବେ ବୋଲି ଚେତାବନି ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ସଂଘ ର ପୁରାତନ ସଭ୍ୟ ପ୍ରମୋଦ ରାଉତଙ୍କ ସମେତ ପ୍ରଭାତ ବିଜୟ, ରଞ୍ଜନ କୁମାର ମଲ୍ଲିକ ଶିବ ଶଙ୍କର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *