ଭର୍ଚୁଆଲ୍ ରେ ମୁଖ୍ୟମନ୍ତ୍ରୀଙ୍କ ସହିତ ସହରବାସୀ ଓ ପୌର କର୍ମଚାରୀଙ୍କ ବୈଠକ
ସହରାଞ୍ଚଳ ରୂପାନ୍ତରଣ ପାଇଁ ବ୍ୟାସନଗର ସଂସ୍କୃତି ଭବନ ପରିସରରେ ଭର୍ଚୁଆଲ୍ ରେ ମୁଖ୍ୟମନ୍ତ୍ରୀଙ୍କ ସହିତ ସହରବାସୀ ଓ ପୌର କର୍ମଚାରୀଙ୍କ ବୈଠକ ଅନୁଷ୍ଠିତ ହେଇଯାଇଛି l ରାଜ୍ୟ ସରକାରଙ୍କ ପକ୍ଷରୁ ସହରାଞ୍ଚଳ ବିକାଶ ପାଇଁ ମୁକ୍ତା ଯୋଜନା ଆଦି ଅନେକ କାର୍ଯ୍ୟକ୍ରମ ଆରମ୍ଭ ହେଉଛି l ବିଶେଷ ଭାବରେ ପ୍ରତେକ ଗଳିକନ୍ଦିକୁ ରାସ୍ତା, ପାନୀୟ ଜଳ ବ୍ୟବସ୍ଥା, ଗ୍ରାମାଞ୍ଚଳକୁ ପାର୍କ, ଖେଳ ପଡିଆରେ ବିକାଶ କାର୍ଯ୍ୟ ଆରମ୍ଭ ହେବ l ତେବେ ଏହି କାର୍ଯ୍ୟ କିଭଳି ସୂଚାରୁ ରୂପେ ଆରମ୍ଭ ହେବ ଆଜି ଭର୍ଚୁଆଲ୍ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହରବାସୀ ଓ ପୌର କର୍ମଚାରୀଙ୍କ ସହିତ ଆଲୋଚନା କରିଛନ୍ତି l ଆଜିର ଏହି କାର୍ଯ୍ୟକ୍ରମରେ ବ୍ୟାସନଗର ପୌର ପରିଷଦର ଅଧ୍ୟକ୍ଷା ସଂଗୀତା ପିଙ୍ଗୁଆ, ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ବଳ, କାଉନସିଲର ସଭ୍ୟ, ସଭ୍ୟା ମାନେ ଉପସ୍ଥିତ ଥିଲେ
