ପ୍ରଧାନମନ୍ତ୍ରୀ ଆବାସ ଚୟନରେ ଅର୍ଣ୍ଣପାଳ ଗ୍ରାମପଞ୍ଚାୟତର ଜିଆରଏସ୍ଙ୍କ ଅନିୟମିତତାର ପୁନଃ ଯାଂଚ ଓ ପଞ୍ଚାୟତରୁ ଅନ୍ତରଦାବିରେ ଜିଲ୍ଲାପାଳଙ୍କୁ ବିଜେପି ନେତୃତ୍ୱରେ ଗ୍ରାମବାସୀଙ୍କ ଦାବିପତ୍ର
ଭଦ୍ରକ, ,୧୩/୮ :ଭଦ୍ରକ ବ୍ଲକ୍ ଅଧୀନସ୍ଥ ଅର୍ଣ୍ଣପାଳ ଗ୍ରାମପଞ୍ଚାୟତର ଗ୍ରାମ ରୋଜଗାର ସେବକ ଏକ ନିର୍ଦ୍ଦିଷ୍ଟ ଦଳର ଦଳୀୟ କର୍ମୀ ଭାବେ କାର୍ଯ୍ୟ କରି ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀ ଚୟନରେ ପ୍ରିୟାପ୍ରୀତି ତୋଷଣ ଓ ପାତର ଅନ୍ତର ନୀତି ଗ୍ରହଣ କରୁଥିବାରୁ ଉକ୍ତ ଅନିୟମିତତାର ପୁନଃ ଯାଂଚ ଓ ପଞ୍ଚାୟତରୁ ତାଙ୍କ ଅନ୍ତର ଦାବିରେ ଆଜି ବିଜେପି ଜିଲ୍ଲା ସଭାପତି ହେମନ୍ତ ପାଢ଼ୀ,ସଂସଦୀୟ ନେତା ଅଭିମନ୍ୟୁ ସେଠି,ଭଦ୍ରକ ନିର୍ବାଚନ ମଣ୍ଡଳୀ ନେତା ଡାକ୍ତର ପ୍ରଦୀପ ନାୟକ,ବଦ୍ରୀ ଧଳ ଓ ବିକାଶ ଶ୍ରେଷ୍ଠାଙ୍କ ନେତୃତ୍ୱରେ ପଞ୍ଚାୟତର ବହୁ ଗ୍ରାମବାସୀ ନୂତନ ଜିଲାପାଳ ତ୍ରିଲୋଚନ ମାଝୀଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।
ରିପୋର୍ଟ:-ପୁନିଲ କୁମାର ସାମନ୍ତ, ।
