ଜଗତସିଂହପୁର ଜିଲ୍ଲା ବାଲିକୁଦା ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 108 ତମ ଜୟନ୍ତୀ ପାଳିତ
– ଜଗତସିଂହପୁର ଜିଲ୍ଲା ବାଲିକୁଦା ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 108 ତମ ଜୟନ୍ତୀ ପାଳିତ ହୋଇ ଯାଇଛି । ବିଜୁ ଜନତା ଦଳର ଯୁବ ନେତା ସଂଜୀବ ମହାନ୍ତି ଙ୍କ ନେତୃତ୍ବରେ ଶତାଧିକ ବିଜେଡି କର୍ମୀମାନେ ଏକ ସାଇକେଲ ଶୋଭାଯାତ୍ରା କରିବା ସହିତ ବାଲିକୁଦା ନିକଟସ୍ଥ କରକେଇ ହାଟ ଠାରେ ପହଁଚି ବିଜୁ ପଟ୍ଟନାୟକଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ଜଗତସିଂହପୁର ଜିଲ୍ଲାକୁ ବିଜୁବାବୁଙ୍କ ଅବଦାନ ଅତୁଳନୀୟ ବୋଲି ଅତିଥିମାନେ କହିଛନ୍ତି । ଏହି କାର୍ଯ୍ୟକ୍ରମ ରେ ବହୁ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।
