ନୀଳାଚଳ ନାରାୟଣ ସଂସ୍କୃତ ମହାବିଦ୍ୟାଳୟ ପୁରୀରେ ଛାତ୍ରଛାତ୍ରୀ ମାନଙ୍କୁ ବୃତ୍ତି ପ୍ରଦାନ

ନୀଳାଚଳ ନାରାୟଣ ସଂସ୍କୃତ ମହାବିଦ୍ୟାଳୟ ପୁରୀରେ ଛାତ୍ରଛାତ୍ରୀ ମାନଙ୍କୁ ବୃତ୍ତି ପ୍ରଦାନ lଆଜି ଅପରାହ୍ନ ରେ ନୀଳାଚଳ ନାରାୟଣ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା ସୌଜନ୍ୟରେ ନୂଆ ଓ ଡିଶା କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀ ମାନଙ୍କୁ ବୃତ୍ତି ପ୍ରଦାନ କରାଯାଇଛି l ଅଧ୍ୟକ୍ଷl ଡ଼ ମୀରା ରାଣୀ ଖଣ୍ଡୁଆଳ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପ୍ରାରମ୍ଭରେ କାର୍ଯ୍ୟକ୍ରମ ସଂଯୋଜକ ଡ଼ ବଳରାମ ଦାଶ ସ୍ୱାଗତ ଭାଷଣ ଦେଇ ଏହିବୃତ୍ତି ସବୁ ବର୍ଗର ଛାତ୍ର ଛାତ୍ରୀ ମାନଙ୍କୁ ପାଠପଢାରେ ଦୃଢ ମନୋନିବେଶ ସହ ଆର୍ଥିକ ସହାୟତା ଦେଇ ପ୍ରଗତି କରିପାରିବବୋଲି ମତ ପ୍ରଦାନ କରିଥିଲେ l ମୁଖ୍ୟ ଅତିଥି ରୂପେ ରାଜ୍ୟ ସଭା ସାଂସଦ ଶ୍ରୀଯୁକ୍ତ ସୁଭାଶିଷ ଖୁଣ୍ଟିଆ ଯୋଗଦେଇ ଛାତ୍ରଛାତ୍ରୀ ଙ୍କ ପାଠପଢା ପାଇଁ ଅର୍ଥ ବାଧକ ନହୋଇ ବିକାଶରେ ଛାତ୍ରଛାତ୍ରୀ ବୃତ୍ତି ଏକ ପ୍ରମୁଖ ଧାରl ବୋଲି ଆଲୋକପାତ କରିଥିଲେ l ଛାତ୍ରଛାତ୍ରୀମାନେ ଓ ଡ଼ ବଳରାମ ଦାଶ ଏହି ଶିବିରକୁ ପରିଚାଳନା କରିଥିଲେ l ସଭାପତି ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ l

Leave a Reply

Your email address will not be published. Required fields are marked *