କପିଳାସ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ମୋ ସ୍କୁଲ ଅଭିଯାନ ବୈଠକ
ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କପିଳାସ ରେ ମୋ ସ୍କୁଲ ଅଭିଯାନ ବୈଠକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ନିଶାମଣି ଦେଇ ଙ୍କ ଅଧ୍ୟକ୍ଷତାରେ ମାର୍ଚ୍ଚ ମାସ ସାତ ତାରିଖ ଦିନ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି।

ଏହି ବୈଠକରେ ମୋ ସ୍କୁଲ ଅଭିଯାନ ର ସଭାପତି ଯୁଗଳ କିଶୋର ମିଶ୍ର, ପରିଚାଳନା ପରିଷଦ ସଭାପତି ବିପିନି ବିହାରୀ ବେହେରା ଅତିଥି ଭାବେ ଯୋଗଦେଇ ଉଦ୍ ବୋଧନ ଦେଇଥିଲେ। ବିଦ୍ୟାଳୟ ର ବରିଷ୍ଠ ଶିକ୍ଷୟିତ୍ରୀ ମନୋସିନି ସାହୁ ଆୟ ବ୍ଯୟ ର ବିବରଣୀ ଉପସ୍ଥାପନା କରିଥିଲେ ଓ ସନ୍ତୋଷିନୀ ହୋତା ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟ ର ପୁରାତନ ଛାତ୍ରୀ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ପତ୍ର ପ୍ରଦାନ କରାଯାଇଥିଲା। ବିଦ୍ୟାଳୟ ର ବଗିଚା ଓ ୫ଟି କାର୍ଯ୍ୟକ୍ରମ କୁ ପୁରାତନ ଛାତ୍ରୀ ମାନେ ଦେଖି ଖୁସି ଅନୁଭବ କରିଥିଲେ। ବିଦ୍ୟାଳୟ ର ସମସ୍ତ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ସକ୍ରିୟ ସହଯୋଗ କରିଥିଲେ।
