ଇଣ୍ଡସ ଟାୱାର କମ୍ପାନୀ କର୍ମଚାରୀଙ୍କ ସମସ୍ୟାକୁ ନେଇ ରାଜ୍ୟ ଏ.ଓ.ବି.ଆଇ.ସି.ଟି.ୟୁ. ପକ୍ଷରୁ ସମ୍ମାଦିକ ସମ୍ମିଳନୀ
ଇଣ୍ଡସ ଟାୱାର କମ୍ପାନୀ କର୍ମଚାରୀଙ୍କ ସମସ୍ୟାକୁ ନେଇ ଜିଲ୍ଲା AOBICTU ପକ୍ଷରୁ ବ୍ୟାସନଗର ନହକା ସ୍ଥିତ ଏକ ହୋଟେଲରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେଇଯାଇଛି l ପ୍ରକାଶ ଯୋଗ୍ୟ ଇଣ୍ଡସ ଟାୱାର କମ୍ପାନୀ ରେ କାର୍ଯ୍ୟ କରୁଥିବା ୪୫୦ ଜଣ କର୍ମଚାରୀଙ୍କୁ କମ୍ପାନୀ ପକ୍ଷରୁ ଅନେକ ସମୟରେ ନିର୍ଯ୍ୟାତନା ଦେବା ସାଙ୍ଗକୁ ଅନେକ ସମୟରେ ବିନା ନୋଟିସରେ ଛଟେଇ କରାଯାଇଛି l ଯାହାକୁ ନେଇ ବିଭିନ୍ନ ସମୟରେ କର୍ମଚାରୀ ମାନେ ବିଭିନ୍ନ ଫୋରମରେ ଅଭିଯୋଗ କଲେବି କୌଣସି ଫଳ ପଦ ହେଉନାହିଁ l ତେଣେ କର୍ମଚାରୀଙ୍କୁ କିଭଳି କମ୍ପାନୀ ଶୋଷଣ ନକରିବ ଏହାର ପ୍ରତିବାଦରେ ଆଜି ବ୍ୟାସନଗର ର ନହକା ସ୍ଥିତ ଏକ ହୋଟେଲରେ AOBICTU ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେଇଯାଇଛି l ଏହି ସାମ୍ବାଦିକ ସମ୍ମିଳନୀରେ AOBICTU ର ରାଜ୍ୟ ସମ୍ପାଦକ ନିଳେନ୍ଦ୍ରକାନ୍ତ ଆଚାର୍ଯ୍ୟ ଯୋଗଦେଇ କମ୍ପାନୀର ଅଧିକାରୀ ମାନେ ଯେଭଳି କର୍ମଚାରୀଙ୍କୁ ନିର୍ଯାତନା ଦେଉଛନ୍ତି ନିନ୍ଦା କରିଥିଲେ l ଏଥିସହିତ ଆସନ୍ତା ୧୪ ତାରିଖ ସୁଦ୍ଧା କର୍ମଚାରୀ ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ବନ୍ଦ ନକଲେ ଭୁବନେଶ୍ୱର ସ୍ଥିତ ଲୋଏର ପିଏମଜିରେ ଧାରଣା ଦେବାକୁ ସଙ୍ଘ ପକ୍ଷରୁ ଚେତାବନୀ ଦିଆଯ
