ଶୋକ ସଭାରେ ସାଥୀକୁ ଝୁରିଲେ ସାଥୀ
ଶୋକ ସଭାରେ ସାଥୀକୁ ଝୁରିଲେ ସାଥୀ ।ଡେଲାଙ୍ଗ -ପ୍ରକୃତ ସାଥୀ କେବେ ସାଥୀକୁ ଭୁଲେ ନାହିଁ । ସାଥୀ ସବୁ ବେଳେ ସାଥୀ ହୃଦୟରେ ଚିରକାଳ ରହିଥାଏ।ସ୍ଥାନୀୟ ବେରଵୋଇ ଗ୍ରାମ ପଞ୍ଚାୟତ ଅଧୀନ ଆୟୁତନଡୁଆ ଗାଁର ଜଣାଶୁଣା ଟିଭି ମେକାନିକ୍ ତଥା ଜଣେ ମେଳାପି ଯୁବକ ସନ୍ତୋଷ କୁମାର ଦାଶଙ୍କ ଅକାଳ ବିୟୋଗରେ ବେରଵୋଇ ଉଚ୍ଚ ବିଦ୍ୟାଳୟର ୧୯୯୨ ମାଟ୍ରିକ ବ୍ୟାଚ୍ ର ସାଥୀମାନଙ୍କ ଦ୍ବାରା ଆୟୋଜିତ ଶୋକସଭାରୁ ଏହା ଜଳ ଜଳ ଜଣା ପଡୁଥିଲା।ସାଥୀ ସୁରେଶ ମନ୍ତ୍ରୀଙ୍କ ତତ୍ତ୍ଵାଵଧାନରେ ସାଙ୍ଗମାନେଏକାଠି ହୋଇ ତାଙ୍କ ଦଶାହରେ ଶୋକାତୁରା ପତ୍ନୀ ରଶ୍ମିତା ଓ ଏକମାତ୍ର ପୁତ୍ର ସୁଧାଂଶୁକୁ ଭେଟି ଗଭୀର ସମବଵଦନା ଜଣାଇ ମିଳିମିଶି ଏକ ଶୋକସଭାର ଆୟୋଜନ କରିଥିଲେ।ସାଥୀ ଶିକ୍ଷକ ଅଭୟ ଚରଣ ସାହୁଙ୍କ /ସଂଯୋଜନାରେ ଶୋକସଭା ପରିଚାଳିତ ହୋଇଥିଲା ।ଭୁବନେଶ୍ୱର କାନାଡା ବ୍ୟାଙ୍କ ର ମୁଖ୍ୟ ବରିଷ୍ଠ ପ୍ରବନ୍ଧକ ସ୍ବର୍ଗତ ସନ୍ତୋଷଙ୍କ ବାଲ୍ୟ ସାଥୀ ଅଶୋକ କୁମାର ବାରିକଙ୍କ ଆଖିଛଳ ଲୋତକପୂର୍ଣ୍ଣ ନୟନ ଯୁଗଳରେ ଆବେଗପୂର୍ଣ୍ଣ ହୃଦୟରୁ ଅତୀତର ଅଭୁଲା ଅନୁଭୁତି ବ୍ୟକ୍ତ କଲାବେଳେ ସମଗ୍ର ପରିବେଶ ଶୋକମୟ ହୋଇଉଠିଥିଲା । ଏଥିରେ ସାଥୀ ସୁରେଶ ମନ୍ତ୍ରୀ , ପବିତ୍ର ସାହୁ, ସତ୍ୟ ନାରାୟଣ ସାହୁ,ଜିତେନ୍ଦ୍ର ପ୍ରଧାନ,ମାନସ ଦାଶ,ଭିକ୍ଷାରୀ ବେହେରା, ବିରେନ୍ଦ୍ର ପ୍ରଧାନ,ନବ ସାହୁ,ସୁସାନ୍ତ ସାହୁ, ଅଭୟ ସାହୁ,ଦିଲୁ ସ୍ବାଇଁ, ସ୍ବର୍ଗତ ଦାଶଙ୍କ ଝିଆରୀ ମେଧାବୀ ଛାତ୍ରୀ ପୂର୍ବୀ ପଲ୍ଲବୀ ଦାଶ, ବୁଦ୍ଧିଜୀବୀ ପୂର୍ଣ୍ଣଚନ୍ଦ୍ର ଦାଶ, ହାଲୁ ଦାଶ,ସ୍ଥାନୀୟ ବାସିନ୍ଦା ଓ ଜ୍ଞାତି ପରିଜନ ପ୍ରମୁଖ ଉପସ୍ଥିତ ରହି ନୀରବ ପ୍ରାର୍ଥନା କରି ସେହି ଆତ୍ମାର ସଦ୍ଗତି କାମନା କରିଥିଲେ ।ସାଥୀ ଗୋପାଳ, ବିରଞ୍ଚି,ବିଜୟ,ଅନନ୍ତ, ସୁରେନ୍ଦ୍ର,ସନ୍ଦୀପ,ଦୀପକ, କୁନା,ଭାଗୀ ,ମହାକୁଡ଼ ଓ ଅନ୍ୟ ମାନେ କାର୍ଯ୍ୟକ୍ରମ ପାଇଁ ସହଯୋଗର ହାତ ବଢ଼ାଇଥିଲେ।ସାଥୀ ମାନଙ୍କ କୋହଭରା କଣ୍ଠର କଥା ଗ୍ରାମବାସୀ ବୃନ୍ଦ ଶୁଣି ନିସ୍ତବ୍ଧ ହୋଇଗଲେ ।ସାଥୀ ମାନେ ମଧ୍ୟ ମିଳିମିଶି କିଛି ଅର୍ଥ ସଂଗ୍ରହ କରି ପତ୍ନୀଙ୍କୁ ପ୍ରଦାନ କରି ସାନ୍ତ୍ଵନା ଦେଇଥିଲେ ।ପ୍ରକାଶ ଥାଉ କି ଜଣେ ଭଲ ଟିଭି ମେକାନିକ୍ ଓ ସହଯୋଗୀ ମେଳାପି ଯୁବକ ଭାବେ ସ୍ଥାନୀୟ ଅଞ୍ଚଳରେ ସ୍ବର୍ଗତ ଦାଶ ବେଶ୍ ଆଦରଣୀୟ ଥିଲେ।ସାଥୀ ମାନଙ୍କ କାର୍ଯ୍ୟକୁ ସ୍ଥାନୀୟ ଜନସାଧାରଣ ପ୍ରଶଂସା କରିଥିଲେ।
