ମହିଳାମାନଙ୍କର ତ୍ୟାଗ, ସେବା ଓ ବଳିଦାନକୁ ସମ୍ମାନ ଜଣାଇ କ୍ରାନ୍ତି ପାଳନ କଲା ଆନ୍ତର୍ଜାତୀୟ ମହିଳା ଦିବସ

ମହିଳାମାନଙ୍କର ତ୍ୟାଗ, ସେବା ଓ ବଳିଦାନକୁ ସମ୍ମାନ ଜଣାଇ କ୍ରାନ୍ତି ପାଳନ କଲା ଆନ୍ତର୍ଜାତୀୟ ମହିଳା ଦିବସ । ବ୍ରହ୍ମପୁର ତା ୦୮.୦୩.୨୦୨୪ ରିଖ ମହିଳାମାନଙ୍କର ତ୍ୟାଗ, ସେବା ଓ ବଳିଦାନର ଦିବସ । ମହିଳାଙ୍କୁ ସମ୍ମାନ ଜଣାଇ ପ୍ରତିବର୍ଷ ମାର୍ଚ୍ଚ ମାସ ୮ ତାରିଖରକୁ ଆନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଇଥାଏ । ପୁରା ବିଶ୍ୱରେ ମହିଳା ମାନଙ୍କର ଜୀବନରେ ସୁଧାର ଆଣିବା ପାଇଁ ଓ ସେମାନଙ୍କ ପ୍ରତି ବିଷୟକୁ ନେଇ ସଚେତନ ସୃଷ୍ଟି କରିବା ସହ ସମସ୍ତ ମହିଳାଙ୍କ ମୁହଁରେ ହସ ଫୁଟାଇବା ପାଇଁ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ କ୍ରାନ୍ତି ବ୍ରହ୍ମପୁର ଓ ସରକାରୀ ଆଇ ଟି ଆଇ ମିଳିତ ସହଯୋଗରେ ଆନ୍ତର୍ଜାତୀୟ ମହିଳା ଦିବସ ମହା ଆଡ଼ମ୍ବରେ ପାଳିତ ହୋଇଯାଇଛି।ବ୍ରହ୍ମପୁର ସରକାରୀ ଆଇ ଟି ଆଇ ଛାତ୍ରୀ ନିବାସ ଠାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ମହିଳା ଦିବସରେ ସମସ୍ତ ଅତିଥି ମାନଙ୍କ ଗହଣରେ ଜଗତରନାଥ ଜଗନ୍ନାଥଙ୍କ ନିକଟରେ ଦୀପ ପ୍ରଜ୍ବଳନ କରି କାର୍ଯକ୍ରମକୁ ଶୁଭାରମ୍ଭ କରାଯାଇଥିଲା। ମୁଖ୍ୟଅତିଥି ରୁପେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଅର୍ଥନୀତି ବିଭାଗ ଅବସରପ୍ରାପ୍ତ ପ୍ରଫେସର ଡ଼ଃ ସନ୍ଧ୍ୟାରାଣି ଦାସ ଯୋଗ ଦେଇଥିବା ବେଳେ, ସମ୍ମାନୀତ ଅତିଥି ରୂପେ ଏମ କେ ସି ଜି ମେଡିକାଲ କଲେଜ ଓ ହସପିଟାଲ ଚକ୍ଷୁ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡ଼ାକ୍ତର ସୁଜାତା ପାଡୀ ଓ ଟାଟା ପାୱାରର ଭିଜିଲାନ୍ସ ବିଭାଗର ଏକ୍ସକ୍ୟୁଟିଭ ଇଂଜିନିୟର ଇଁ ସସ୍ମିତା ବିଶ୍ଵାଳ ପ୍ରମୁଖ ଯୋଗଦେଇ ମହିଳା ଦିବସର ଉଦ୍ଦେଶ୍ୟ ଓ ଆବଶ୍ୟକତା ସମ୍ପର୍କରେ ଉପସ୍ଥିତ ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ।ସମସ୍ତ ମହିଳାଙ୍କୁ ସ୍ଵାଭିମାନୀ ହେବାକୁ ଗୁରୁତ୍ୱ ଦେବା ସହ ନିଷ୍ଠାପର ଉପଯୋଗ ଓ କାର୍ଯ୍ୟକାରିତା ଉପରେ ନିଜର ମତାମତ ରଖିଥିଲେ। କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ଼ଃ ଦେବାନନ୍ଦ ଦାଶ ଅଧ୍ୟକ୍ଷତା କରି ତାଙ୍କ ବକ୍ତବ୍ୟରେ କହିଥିଲେ ଆଜିର ଆନ୍ତର୍ଜାତୀୟ ମହିଳା ଦିବସରେ ନାରୀକୁ ସମ୍ମାନ ଦେଇ ବିଶ୍ୱରେ ନାରୀ ଶକ୍ତିକୁ ଦୃଢତାର ସହ ସହଯୋଗ କରିବା ପାଇଁ ଚେଷ୍ଟା କରିବା।ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇଥିବା ଆଇ ଟି ଆଇ ଛାତ୍ରୀ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା। କ୍ରାନ୍ତି ଅନୁଷ୍ଠାନର କୁନି କଳାକାର ସହ ମହିଳା ସଦସ୍ୟ ଓ ଅତିଥି ମାନଙ୍କ ଦ୍ଵାରା ଆକର୍ଷଣୀୟ ନୃତ୍ୟ ସହ ସଙ୍ଗୀତ ପରିବେଷଣ କରାଯାଇଥିଲା। ଏଥିରେ କ୍ରାନ୍ତି ଅନୁଷ୍ଠାନର ନିର୍ମଳା ଦାଶ, ସିଗ୍ନାଧରାନି ମହାରଣା,ଅରୁଣ ପଟ୍ଟନାୟକ, କଲ୍ୟାଣୀ ଦାସ, ଅନିଲ କୁମାର ସେଠୀ, ଧନଜୟ ପଣ୍ଡା, ଛବିରାଣି ପଟ୍ଟନାୟକ, ରାମହରି ପଣ୍ଡା ଓ ସଂଘମିତ୍ରା ବେହେରା ଓ ଆଇ ଟି ଆଇ ର ସଦସ୍ୟଙ୍କ ସମେତ କ୍ରାନ୍ତି ଅନୁଷ୍ଠାନର ସମସ୍ତ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ। ଶେଷରେ ନିର୍ମଳା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *