ଦଳୀୟ ବ୍ୟାନରକୁ ଅପବ୍ୟବହାର
ଦଳୀୟ ବ୍ୟାନରକୁ ଅପବ୍ୟବହାର ,ସୂଚନା ଅନୁଯାୟୀ ସ୍ଥାନୀୟ ନେତାଙ୍କୁ ବିଜେଡି ଟିକେଟ ଦେବା ଦାବିରେ କିଛି ଯୁବକ ବିଜେଡି ବ୍ୟାନରରେ ସ୍ଥାନୀୟ ବ୍ରାହ୍ମଣୀ ହୋଟେଲ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ l

ଏହାକୁ ଦୃଢ ନିନ୍ଦା କରିବା ସହିତ ଆଇନୀ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲା ଯୁବ ବିଜେଡି ସଭାପତି ପ୍ରତାପ ମହାନ୍ତି ଯାଜପୁର ଜିଲ୍ଲା ଷଠିପୁର ସ୍ଥିତ ଏକ କଲ୍ୟାଣୀ ମଣ୍ଡପରେ ସାମ୍ବାଦିକ ସମ୍ମିଳନୀ ରେ ଗଣମାଧ୍ୟମ ଆଗରେ ଚେତାବନୀ ଦେଇଛନ୍ତି l ଏହି ସମ୍ମିଳନୀରେ ଜିଲ୍ଲା ମହିଳା ବିଜେଡି ସଭାପତି ସବିତା ରାଉତ, ରାଜ୍ୟ ଯୁବବିଜେଡି ସାଧାରଣ ସମ୍ପାଦକ ସୌମ୍ୟରଞ୍ଜନ ଧଳ, ବ୍ଲକ୍ ଯୁବ ବିଜେଡି ସଭାପତି ସୌଭାଗ୍ୟ ମହାନ୍ତି ଓ ଯୁବନେତା ବିକାଶ ଆଏଚ ପ୍ରମୁଖ ଏଭଳି ଦ୍ୱନ୍ଦ୍ୱ ସୃଷ୍ଟିକାରୀଙ୍କୁ ନିନ୍ଦା କରିଥିଲେ l
