ଗଞ୍ଜାମ ଜିଲ୍ଲା ପ୍ରସିଦ୍ଧ ସୋରଡ଼ା ରେ ଦଣ୍ଡଯାତ୍ରା ଆରମ୍ଭ
ସୋରଡା ରେ ଶୈବ ଓ ଶାକ୍ତ ଉପାସନା ର ଦଣ୍ଡଯାତ୍ରା ର ଆରମ୍ଭ ହୋଇଛି । ଗଂଜାମ ଜିଲ୍ଲା ପ୍ରସିଦ୍ଧ ସୋରଡ଼ା ଆଜି କାଳୀ ପଞ୍ଚାନନ କାମ୍ୟ ଦଣ୍ଡ l ଏହି ଦଣ୍ଡ ଯାତ୍ରା ରେ ମା ଙ୍କ ପ୍ରତିମା (କlଳିପ୍ରଭା ) ଢୋଲ ମହୁରୀ ଓ ବାନI ବଡ଼ ମନୋହର ସୋରଡ଼ା ର କାମ୍ୟ ଦଣ୍ଡ ଯାତ୍ରା ରେ ପ୍ରତି ବର୍ଷ ଚୈତ୍ର ଶୁକ୍ଳ ପକ୍ଷ ଶେଷ ସପ୍ତାହରେ ଏହା ଆରମ୍ଭ ହୁଏ ।ଏହି ଦଣ୍ଡ ଯାତ୍ରା ର ସମୟ ସୀମା ୧୩ ,୨୧ ଦିନିଆ ରହିଛି ।ସୋରଡ଼ାରେ ୧୩ ଦିନିଆ ଦଣ୍ଡଯାତ୍ରା ଆରମ୍ଭ ହୋଇଥିବା ବେଳେ ଅନ୍ୟ ଅନ୍ୟ ଗ୍ରାମ ରେ ଗୋଟିଏ ଦିନ ପୂର୍ବରୁ ମାସନ୍ତ ଦଣ୍ଡ ଯାତ୍ରା ଆରମ୍ଭ ହୋଇଯାଇଛି ।ଏହି ଦଣ୍ଡ ଯାତ୍ରା ରେ ସାମିଲ ହୋଇଥିବା ମାନସିକ ଧାରୀ ମାନଙ୍କୁ ଭୋକ୍ତା ବା ଦଣ୍ଡୁଆ ବୋଲି କୁହାଯାଏ ।ଏମାନଙ୍କ ପରିଚାଳନା ଭାର ଗ୍ରହଣ କରି ପୂଜାପୂଜି ଯିଏ କରେ ତାହାକୁ ପାଟ ଦଣ୍ଡୁଆ ବୋଲି କୁହାଯାଏ ।

ଏହାର ବିଧିବିଧାନ ପାରମ୍ପରିକ ରୀତିନୀତି ଅନୁସାରେ ସମ୍ପନ୍ନ ହେବା ପରେ ପ୍ରାରମ୍ଭ ରୁ ହିଁ ଅଗ୍ନି ସଂଯୋଗ ହୋଇଥିବା ଏକ ପାଳମୋଡା (ଚଂପାବଢ଼) ଶେଷ ପର୍ଯ୍ୟନ୍ତ ଅଲିଭା ରହି ବ୍ୟବହାର ହୋଇଥାଏ ଦଣ୍ଡ ଯାତ୍ରାରେ । ତାହା ହିଁ ରୋଷେଇ ,ଧୂପ ଦୀପ ବେଳେ ବ୍ୟବହୃତ ହୁଏ ।ଦିବା ରାତ୍ର ର ଦଣ୍ଡ ନାଚ କୁ ଧୂଳି ଦଣ୍ଡ,ପାଣି ଦଣ୍ଡ ଏବଂ ଅଗ୍ନି ଦଣ୍ଡ ତିନି ଭାଗରେ ବିଭକ୍ତ କରାଯାଇଥାଏ । କିନ୍ତୁ ସୋରଡ଼ା ରେ ଅଗ୍ନି ଦଣ୍ଡ ଖେଳିଥାଆନ୍ତି ମାନସିକ କରିଥିବା ଲୋକର ଏହି ଦଣ୍ଡ ଯାତ୍ରା ରେ ପାରମ୍ପରିକ ରୀତିନୀତି ରେ ନିଜକୁ ନିୟୋଜତ କରି ମା ଙ୍କୁ ସମପ୍ରିତ ହୋଇଥାନ୍ତି l ଏହି ମାନସିକ ଧରି ମାନେ ମା ଙ୍କ ସହ ମଧ୍ୟାହ୍ନ ସମୟରେ ଟାଇ ଟାଇ ଖର ରେ ମା ଙ୍କୁ ଧରି ଅଗ୍ନି ଦଣ୍ଡ ଯାତ୍ରା ଖେଳିବା କୁ ଯାଇଥାନ୍ତି ସୋରଡ଼ା ର ଏହି ଦଣ୍ଡ ଯାତ୍ରା ଗଞ୍ଜାମ ଜିଲ୍ଲା ର ନିଆରା ଢଙ୍ଗରେ ରେ ପାଳନ କରାଯାଏ l ମାନସିକ ଧାରି ଙ୍କ ଦ୍ଵାର ମୁହଁରେ ଢୋଲ ବାଦ୍ୟ ବାଜଣା ସହିତ କୁମ୍ଭ ପୂଜା ପୂର୍ବକ ବନ୍ଦନା ଗାନ କରି ମଧ୍ୟାହ୍ନ ରେ ଅଗ୍ନି ଦଣ୍ଡ ଖେଳିଥାନ୍ତି । ଧୂଳି ଦଣ୍ଡ ରେ କୂପ,ପୋଖରୀ ଖନନ ମନ୍ଦିର ନିର୍ମାଣ କରିବାର ଅଭିନୟ ସାଙ୍ଗକୁ ହାସ୍ୟାସ୍ପଦ ସଙ୍ଗୀତ ବୋଲିଥାନ୍ତି ।ଏହା ସହିତ ମଝିରେ ଶ୍ରୀ ଶ୍ରୀ କଳା ରୁଦ୍ର ମଣି ଙ୍କୁ ଭଜ ହେ ବୋଲି ଉଚ୍ଚାରଣ କରିଥାନ୍ତି । ଏହା ପରେ ସେମାନେ ସିଧା ଜଳାଶୟ କୁ ଯାଇ ନିଜର ନିତ୍ୟକର୍ମ କରିବା ପୂର୍ବକ ପାଣି ଦଣ୍ଡ ଖେଳି ସେଠାରେ ପଣା କୁ ପ୍ରସାଦ ଆକାର ରେ ଗ୍ରହଣ କରିଥାନ୍ତି ।ସନ୍ଧ୍ୟାରେ ଶିବ ଏବଂ କାଳୀ ଙ୍କ ଆଳତି ହେବା ପରେ ରୋଷେଇ ହୋଇଥାଏ । ନିଶବ୍ଦ ରାତ୍ର ରେ ଭୋଜନ ଗ୍ରହଣ କରି ଅଗ୍ନି ଦଣ୍ଡ ରେ ଝୁଣା ଖେଳି ଖେଳି ମାନସିକ ଧାରୀ ଙ୍କ ଦ୍ଵାର ସମ୍ମୁଖକୁ ଯାଇଥାନ୍ତି । ସେଠାରେ ମା କାଳୀ ପ୍ରସନ୍ନ ହେବା ସହିତ କାଳିଶି ନୃତ୍ୟ କରିଥାନ୍ତି ।ଏହା ପରେ ସାମାଜିକ ,ସାଂସ୍କୃତିକ ନୃତ୍ୟ ପରିବେଷଣ କରାଯାଇଥାଏ ।ଶେଷ ସମୟରେ ମାନସିକ ଧାରୀ ଙ୍କୁ ଆଶୀର୍ବାଦ ଦେବା ସହିତ ମେଲାଣି ଧରି ଅନ୍ୟତ୍ର ଚାଲି ଯାଇଥାନ୍ତି ।ମେରୁ ମର୍ଯ୍ୟନ୍ତ୍ ଏହି ପରି ଚାଲିଥାଏ । ମାତା କାଳୀଙ୍କ ମହିମାରେ ଦଣ୍ଡ ଯାତ୍ରା ମାନସିକ କଲେ ଅପୁତ୍ରିକତା, ଅସାଧ୍ୟ ରୋଗ ,ପାରିବାରିକ ଅଶାନ୍ତି , ମାଲି ମକଦ୍ଦମା ଆଦି ଦୂର ହୋଇଥାଏ । ଦଣ୍ଡ ଯାତ୍ରା ରେ ଯାଇଥିବା ଦଣ୍ଡୁଆ ଘରକୁ ଫେରିବା ପର୍ଯ୍ୟନ୍ତ ପରିବାର ଲୋକେ ତୈଳ,ଆମିଷ,ଘର ସଫାସୂତରା ଆଦି ବର୍ଜନ କରିଥାନ୍ତି ।ସୋରଡା ର ଶ୍ରୀ ଶ୍ରୀ କାଳୀ ପଞ୍ଚାନନ କାମ୍ୟ ଦଣ୍ଡ ( ବଡ଼ ପୁଞ୍ଜା) ,ବରାଡ଼ି ପୁଂଜା, ଦେଶବାସୀ ପୁଁଜା ର ଦଣ୍ଡ ଯାତ୍ରା ଆରମ୍ଭ ହୋଇଥିବା ବେଳେ ନିକଟବର୍ତ୍ତୀ ଭାଲିଆପୋଡା,ହୁକୁମା,ଖଜୁରୀ ପଲ୍ଲୀ,ତିନି ଖଣ୍ଡିଆ , ସୁରମଣି, ପାଲାକାଟୁ,ମେରିକୋଟ ବଡଗଡ ଆଦି ପୁର ପଲ୍ଲୀ ରେ ମଧ୍ୟ ଆରମ୍ଭ ହୋଇ ଯାଇଛି ।
