ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ବୈଠକ

ବ୍ରହ୍ମପୁର : ଆଜି ଗୋପାଳପୁର ଅନ୍ତର୍ଗତ ଗାରାମାପେଟା ଗ୍ରାମର ପ୍ରତ୍ୟକ୍ଷ ଦେବୀ ଗାରାମା ଠାକୁରାଣୀଙ୍କ ମନ୍ଦିର ପ୍ରାଙ୍ଗଣରେ ଭାରତୀୟ ସେନାର ଅବସରପ୍ରାପ୍ତ ସୈନିକ ଭାଇ ମାନଙ୍କ ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଯାଇଅଛି।ଏହି ବନ୍ଧୁ ମିଳନ ଉତ୍ସବରେ ଗୋପାଳପୁର ବିଜେପି ବିଧାନସଭା ବିଧାୟକ ପ୍ରାର୍ଥୀ ଶ୍ରୀ ବିଭୂତି ଭୂଷଣ ଜେନା ଓ ବ୍ରହ୍ମପୁର ଲୋକସଭା ବିଜେପି ସାଂସଦ ପ୍ରାର୍ଥୀ ଶ୍ରୀ ପ୍ରଦୀପ ପାଣିଗ୍ରାହୀ ଯୋଗଦେଇଥିଲେ। ଆସନ୍ତା ନିର୍ବାଚନ ପରିପ୍ରେକ୍ଷୀରେ ବିଜେପି ପ୍ରାର୍ଥୀଙ୍କୁ ବିଜୟୀ କରାଇବା ସହ ଗୋପାଳପୁର ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ଓ ବିକାଶକୁ ତ୍ଵରାନିତ କରିବାକୁ ଘୋଷଣା କରାଯାଇଥିଲା । ମୋଦୀ ସରକାରଙ୍କ ଅମଳରେ ଭାରତୀୟ ସେନା ବିଶ୍ଵର ଏକ ଶକ୍ତିଶାଳୀ ଓ ଶୃଙ୍ଖଳିତ ସୈନ୍ୟ ବାହିନୀ ରୂପରେ ପରିପ୍ରକାଶ ଘଟିଛି ।

ରାଜ୍ୟ ସରକାରଙ୍କର ଦୃନିତି ଓ ଅବସରପ୍ରାପ୍ତ ସିପାହୀଙ୍କ ପ୍ରତି ଅଣଦେଖାକୁ ବୈଠକରେ ନିନ୍ଦା କରାଯାଇଥିଲା ।ଏହି ବୈଠକ ରେ ରାଜ୍ୟ ଆଇନଜୀବି ସଦସ୍ୟ ଶ୍ରୀ ପୀତବାସ ପଣ୍ଡାଙ୍କ ସମେତ ରାଜେଶ ସାହୁ,ଗଙ୍ଗା ଶତପଥି,ରଜତ ପଣ୍ଡିତ,ବାଲ୍ୟ ଦଳେଇ,ସୁନିଲ ପାତ୍ର,ସନତ ନାୟକ,ଅନିଲ ପତି,ବ୍ରଜମୋହନ ନାୟକ,ଯୁଧଷ୍ଟି ନାୟକ,ଲକ୍ଷ୍ମୀ ଚୌଧୁରୀ ,ପ୍ରଦୀପପଟ୍ଟନାୟକ,D.କାମରାଜୁ,J.ବିଶ୍ଵନାଥ,C.ବୈରାଗୀ,କାଳୁ ଚରଣ ପ୍ରଧାନ,M.ଆନନ୍ଦ ରାଓ,ଅଭୟ ଚରଣ ପାତ୍ର,ନିକୁଞ୍ଜ ବିହାରୀ ପ୍ରଧାନ,P.ରାଜେନ୍ଦ୍ର ସୁବୁଦ୍ଧି,ଚନ୍ଦ୍ର ଶେଖର ପାଢ଼ୀ ,ଦୀପ୍ତି ସେଠୀ ,S P ରାଓ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *