ଏମ.ଏ.ଭି. ସ୍କୁଲର ସ୍କାଉଟ ଗାଇଡ ଓ ଏନ୍,.ସି.ସି. ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ପରିବେଶ ସୁରକ୍ଷା ପାଇଁ ସଚେନତା ରାଲୀ

ଏମ.ଏ.ଭି. ସ୍କୁଲର ସ୍କାଉଟ ଗାଇଡ ଓ ଏନ୍,.ସି.ସି. ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ପରିବେଶ ସୁରକ୍ଷା ପାଇଁ ସଚେନତା ରାଲୀ lବ୍ରହ୍ମପୁର ହିଲପାଟଣା ସ୍ଥିତ ମାତୃଶ୍ରୀ ଅଗ୍ଲୋବେଦୀକ ବିଦ୍ୟାଳୟରେ ସ୍କାଉଟ,ଏନ୍. ସି. ସି., ଗାଇଡ ସହ ଅଷ୍ଟମ ଠାରୁ ନବମ ଶ୍ରେଣୀ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ପ୍ରାତ୍ଵ 6-30 ସମୟ ରେ ସ୍କୁଲ ପରିସର ରୁ ବାହାରି ହିଲପାଟଣା, ବିଜିପୁର ଏପରି ବିଭିନ୍ନ ସାହି ଭ୍ରମଣ କରି ପରିବେଶ ସୁରକ୍ଷା, ସବୁଜ ସହର, ସୁନ୍ଦର ସହର, ବୃକ୍ଷ୍ ରୋପଣ ଏପରି ଅନେକ ନାରା ଦେଇ ଲୋକଙ୍କୁ ସଚେନତାର ବାର୍ତ୍ତା ଜଣାଇ ଥିଲେ l ପ୍ରାରମ୍ଭରେ ସ୍କୁଲର କାର୍ଯ୍ୟକାରି ସଭାପତି ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ପଣ୍ଡା ସେକ୍ରେଟାରୀ କୁମଦ ରଞ୍ଜନ ପାଢୀ ଓ ଅଧ୍ୟକ୍ଷ ଦ୍ବାରିକା ନାଥ ପଣ୍ଡା ପିଲାମାନଙ୍କ ପାଖରେ ନିଜ ନିଜ ବକ୍ତବ୍ୟ ରଖିଥିଲେ l ଏବଂ ଏହି ସମସ୍ତ କାର୍ଯ୍ୟରେ ସ୍କlଉଟ ଶିକ୍ଷକ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ପାଢୀ , ପ୍ରଗତି ପଢାଳ, ଦିବ୍ୟ ସିଂ ପଟ୍ଟନାୟକ ସହ ଗାଇଡ କେପଟେନ୍ ଶ୍ରୀମତି ଅରୁନ୍ଧତି ପାଢୀ ଏବଂ ବହୁ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟରେ ସହୋଜଗ କରିଥଲେ l

Leave a Reply

Your email address will not be published. Required fields are marked *