ନିସ୍ବାର୍ଥ ସେବା ଫାଉଣ୍ଡେସନ ପକ୍ଷରୁ ଜଳଛତ୍ର, ଛତା ଓ ଗାମୁଛା ବଣ୍ଟନ
ଯାଜପୁର ଜିଲ୍ଲାର ବ୍ୟାସନଗର ପୌରପରିଷଦ ରେ ନବବର୍ଷରେ ନିଃସ୍ବାର୍ଥ ସେବା ଫାଉଣ୍ଡେସନ ର ପ୍ରଥମ ଦିନରେ ରାସ୍ତା କଡ଼ରେ ଖରାରେ ବସି ପରିବା ବ୍ୟବସାୟ କରୁଥିବା ବ୍ୟାବସାୟୀମାନଙ୍କୁ ଦହିପାଣି ସର୍ବତ ଦେବା ସହିତ ଖରାରୁ ରକ୍ଷା ପାଇବା ପାଇଁ ଛତା ଓ ଗାମୁଛା ବଣ୍ଟନ କରିଛନ୍ତି l କାର୍ଯ୍ୟକ୍ରମରେ ଅତିଥି ଭାବେ ଉପନଗରପାଳ ସୁବାସ ବଳ, ଶ୍ରମିକ ନେତା ବିଦ୍ୟାଧର ମହାନ୍ତି ଓ ଜୀବନ କୁମାର ମହାପାତ୍ର ଯୋଗଦେଇଥିଲେ l

ସମାଜସେବୀ ବୈକୁଣ୍ଠ ଚରଣ ଜେନା, ଆଲୋକ କୁମାର ଦାସ, ପ୍ରକାଶ କୁମାର ଜେନା, ସୂର୍ଯ୍ୟମଣି ନାୟକ, ପରେଶ ଦାଶଙ୍କୁ ସମ୍ବଦ୍ଧିତ କରାଯାଇଥିଲା l ନିସ୍ବାର୍ଥ ସେବା ଫାଉଣ୍ଡେସନର ସମସ୍ତ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ
