ରାସ୍ତା ଅଭାବରୁ ବାଟ ହୁଡୁଛି ବିକାଶ, ଯେଉଁଠି ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଯାଇଛନ୍ତି ଗ୍ରାମବାସୀ
ସବୁ ମୌଳିକ ସୁବିଧାରୁ ବଞ୍ଚିତ ରଣ୍ଢାସାହି ଗାଁ,ନା ରାସ୍ତା, ନା ଭତ୍ତା ,ନା ରାସନ,ନା ଆବାସ ଏଭଳି ତମାମ ସମସ୍ୟାରେ ଦୟନୀୟ ଜୀବନ ଅତିବାହିତ କରୁଥିବା ଗାଁ ରଣ୍ଢାସାହି ଏବେ ବିକାଶ ଅପେକ୍ଷାରେ! ନାକ ନାହିଁ,ନଥୁ ଗଢ଼ାଉଛୁ କାହାର ପାଇଁ, ପ୍ରସଙ୍ଗ ଯେତିକି କୌତୁକିଆ ଆମ ରାଜ୍ୟ ସରକାର ଙ୍କ ବିଚାର ଵି ତଦ୍ରୁପ ହାସ୍ୟାସ୍ପଦ, ଗାଁ କୁ ରାସ୍ତା ନଥାଇ ଲୋକେ କାଦ ଖସଡ଼ାରେ ରୋଗୀଙ୍କୁ ଖଟିଆରେ ବୋହୁଥିବା ବେଳେ ସରକାର ଙ୍କ ଲକ୍ଷ୍ମୀ ବସ ଯୋଜନା କେବଳ ଲୋକଙ୍କୁ କଟା ଘା ରେ ଚୂନ ବୋଳିବା ସଙ୍ଗେ ସମାନ, ତେବେ ରାସ୍ତା ନଥାଇ ବିକାଶ ଠାରୁ ବହୁଦୂରେ ରହିଯାଇଥିବା ଏହି ଗାଁ ରଣ୍ଢାସାହି ର ଦୁର୍ଦ୍ଧଶା କୁ ନେଇ ଗ୍ରାମବାସୀ ଏବେ ଜବାବ ଦେବାକୁ ଜଗି ବସିଛନ୍ତି ଏପଟେ ରାଜ୍ୟରେ ପଚିଶି ବର୍ଷ ର ସରକାର ସାଙ୍ଗକୁ ଝରୀଗାଁ ନିର୍ବାଚନ ମଣ୍ଡଳୀରେ କ୍ରମାଗତ ତିନି ତିନି ଥର ନିରଙ୍କୁଶ କ୍ଷମତାରେ ଥିବା ବିଧାୟକ ଙ୍କୁ ଏ ଗାଁ ପଚାରୁଛି ଏଥର ଆସି ଆମକୁ ଆଉ କେଉଁ ପ୍ରତିଶୃତି ଦେଇ ଆମ ମନ ଜିଣିବ ଆଉ କେତେବର୍ଷ ଆମକୁ ଏଭଳି ଏଇ ମାଟି କାଦୁଅ ରାସ୍ତାରେ କନ୍ଦେଇ କନ୍ଦେଇ ମାରିବ, ବିକାଶ ର କଥା କହି କହି ଭୋଟ ମାଗି ନେଉଛ ହେଲେ ସେ ବିକାଶ କଣ ଆମେ କି ଆମ ପିଲା ଆଜି ଯାଏଁ ଦେଖି ପାରିଲୁ ନାହିଁ, ହେଲେ ଆମେତ ନଦେଖିଲୁ ନାହିଁ କିନ୍ତୁ ଆମ ପିଲାଙ୍କ ଭବିଷ୍ୟତ କଣ ଏମିତି ଅନ୍ଧାର ମଧ୍ୟରେ ନିବୁଜ ହୋଇ ରହିଯିବକି? ତେବେ ଏମିତି ଏକ ଗାଁ ଟିଏ ହେଉଛି ରଣ୍ଢାସାହି, ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ କୂଟ୍ରିଛାପର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଏହି ଗାଁ,ଯେଉଁଠି କି ରାସ୍ତା ନଥାଇ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ, ଗର୍ଭବତୀ ହୁଅନ୍ତୁ କି ରୋଗୀ ଅନେକ ସମୟରେ ଖଟିଆ କରି ଗାଁ ଠାରୁ ପାଖାପାଖି ଦେଢ଼ କିଲୋମିଟର ବୋହିନେଲେ ହିଁ ସେଠାରୁ ଆମ୍ବୁଲାନ୍ସ ହେଉ କି ଅନ୍ୟ କୋଣସି ସୁବିଧା ମିଳୁଥିବା ପ୍ରକାଶ କରିଛନ୍ତି, ଆଉ ସେଇ ରାସ୍ତା ର ଅଭାବ ହିଁ ଆଜି ଏହି ରଣ୍ଢାସାହି ଗାଁ କୁ ଶିକ୍ଷା ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ସବୁ ପ୍ରକାର ମୌଳିକ ସୁବିଧାରୁ ଏମାନଙ୍କୁ ବଞ୍ଚିତ କରି ରଖିଛି, ଏ ଗାଁ ଟି ଅତି ପୁରୁଣା ହୋଇଥିଲେ ମଧ୍ୟ ଆଜି ସୁଦ୍ଧା ଅବହେଳିତ ଅବସ୍ଥାରେ ପଡିରହିଥିବାରୁ ଏ ଗାଁ ବଢିବା ବ୍ୟତୀତ ଯେମିତି ସେମିତି ହୋଇ ପଡି ରହିଛି, ଏ ଗାଁ ର ଅଧିକାଂଶ ପରିବାର ଜରିପାଲ ଟଣା ଘରେ ଜୀବନ ଅତିବାହିତ କରିଆସୁଛନ୍ତି, ଆବାସ ଯୋଜନା ତ ଏମାନଙ୍କ ପାଇଁ ସାତ ସପନ ବୋଲି ବିଚାରି ନେଇଛନ୍ତି ବିଚରା ଗ୍ରାମବାସୀ , କହିବାକୁ ଗଲେ ଆଧାର କାର୍ଡ ଆଜିର ଦିନରେ ଜୀବନ ଜୀବିକାର ମୁଖ୍ୟ ଆଧାର ହୋଇଥିଲେ ମଧ୍ୟ ଏହି ଗାଁ ର ପାଖାପାଖି ପଚିଶି ଲୋକଙ୍କର ଆଜିସୁଦ୍ଧା ଆଧାର କାର୍ଡ ହୋଇପାରିନି, ତା ଛଡା ଗାଁରେ ଥିବା ଛଅ ଜଣ ବିଧବା ଭତ୍ତା ପାଇବା ଲାଗି ଯୋଗ୍ୟ ଥିଲେ ମଧ୍ୟ ସେମାନଙ୍କୁ ଭତ୍ତା ମଧ୍ୟ ମିଳିପାରୁନି, ଏହି ଗାଁ ର ଅଧିକାଂଶ ପରିବାର ପାଖରେ ରାସନ କାର୍ଡ ନଥିବାରୁ ଏମାନେ ସାଧାରଣ ବଣ୍ଟନ ବ୍ୟବସ୍ଥାରୁ ବଞ୍ଚିତ ହୋଇ ରହିଛନ୍ତି ଯାହା କୁଲିମଜୁରୀ କରି ଚାଉଳ କିଣି ପେଟ ପାଇଁ ଦାନା ଯୋଗାଡ଼ୁଥିବା କହିଛନ୍ତି, ବିଦ୍ୟାଳୟ ଗାଁ ଠାରୁ ପାଖାପାଖି ଦେଢ଼ କିଲୋମିଟର ରୁ ଅଧିକ ଦୂରରେ ଥିବା ବେଳେ, ରାସ୍ତା ଅଭାବରୁ ବର୍ଷାଦିନ ରାସ୍ତା କାଦୁଅ ହୋଇଯାଉଥିବା କାରଣରୁ ବର୍ଷାଦିନତମାମ ଛୋଟ ଛୋଟ ପିଲାଙ୍କ ପାଠପଢା ବନ୍ଦ। ଏଭଳି ତମାମ ସମସ୍ୟା କୁ ନେଇ ସଂଘର୍ଷ କରିଆସୁଥିବା ଗାଁ ର ଭବିଷ୍ୟତ ଆଉ କେତେଦିନ ଅନ୍ଧାରରେ ରହିବ ଯାହାକୁ ନେଇ ଏବେ ପ୍ରଶ୍ନ ଉଠିବା ସ୍ୱାଭାବିକ! ଏପଟେ ନିର୍ବାଚନ ପରେ ନିର୍ବାଚନ ଆଉ ମାଳ ମାଳ ପ୍ରତିଶୃତି କିଭଳି ପାଣିର ଗାର ପାଲଟିଯାଇଛି ଯାହାର ରଣ୍ଢାସାହି ଗାଁ ହେଉଛି ଏକ ନିଚ୍ଛଳ ଉଦାହରଣ।
