ଡଃ ଵି.ଆର.ଆମ୍ଵେଦକର ଙ୍କ 133ତମ ଜୟନ୍ତୀ ଉତ୍ସବ

ଖୋର୍ଦ୍ଧା ଜିଲ୍ଲାରେ ଜିଲ୍ଲାପାଳ ଙ୍କ ସଦ୍ଭାବନା ଗୃହ ରେ ଡଃ ଵି ଇର ଆମ୍ବେଦକର ଙ୍କ ଜୟନ୍ତୀ ଉତ୍ସବରେ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଅଧ୍ୟକ୍ଷତା କରିଥିଲେ । ପ୍ରଥମେ ଫଟୋ ଚିତ୍ର ରେ ମାଲ୍ୟାର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । କାର୍ଯ୍ୟ ସୂଚୀ ଅନୁସାରେ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ କରାଯାଇଥିଲା । ପରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ସ୍ଵାଗତ ଭାଷଣ ରଖି ଥିଲେ। ପରେ ମଞ୍ଚାସୀନ ଅତିଥି ‌ମାନେ ଭାଷଣ ‌ର‌ଖିଥିଲେ । ଅତିରିକ୍ତ ଜିଲ୍ଲାପାଳ ଆମ୍ବେଦକର ଙ୍କ ଜିବନୀ ଵିଷୟରେ ପିଲା ମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଆମ୍ବେଦକର ତାଙ୍କ ଜୀବନ ରେ ପାଠ ପ୍ରତି ଆକାଂକ୍ଷା ଏବଂ କଠିନ ପରିଶ୍ରମ ବଳରେ ଆଗକୁ ଵଢିପାରିଥିଲେ । ଅନ୍ୟ ଦେଶ ତୁଳନାରେ ଭାରତ ଏକ ବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର, କେବଳ ତାଙ୍କର ଅବଦାନ ସମ୍ବିଧାନ ପାଇଁ ପରିଗଣିତ ହୋଇପାରିଛି । ଅର୍ଥନୀତି/ସମାଜ ସଂସ୍କାର କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ। ସେହିପରି ଜିଲ୍ଲା ଶିକ୍ଷା ଅଧିକାରୀ, ବିଶ୍ଵନାଥ ତରାଇ ବୟସର ପ୍ରଥମ 25ଵର୍ଷ ଭଲଭାବରେ ପାଠ ପଢିଥିଲେ ଅବଶିଷ୍ଟ ସମୟ ସୁଖରେ କାଳାତିପାତ କରିବାକୁ ହୁଏ ବୋଲି ଉପଦେଶ ପ୍ରଦାନ କରିଥିଲେ । ପିଲାମାନଙ୍କୁଆମ୍ବେଦକର ଙ୍କ ଜିବନୀ ଉପରେ ଆଧାରିତ ପ୍ରଶ୍ନ ପଚାରିଥିଲେ ଏବଂ ବିଦ୍ୟାଳୟ ମାନଙ୍କରେ ଆଲୋଚନା ମାଧ୍ୟମରେ ପିଲାମାନେ ଆଗକୁ ଯାଇପାରିବେ ବୋଲି ମତପୋଷଣ କରିଥଲେ। ସେହିପରି ଜିଲ୍ଲା ମଙ୍ଗଳ ଅଧିକାରୀ ଡଃ ଗିତାନଶୁ ମୋହନ ଦାଶ /ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ଦିଲିପ ହିଆଲ /ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଂଧ୍ୟା ରାଣୀ ରାଉତ ଆମ୍ବେଦକର ଙ୍କ ବିଷୟରେ ପିଲାମାନଙ୍କର ଉଦ୍ଦେଶ୍ୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଉତ୍ସବରେ ଶିକ୍ଷକ/ଶିକ୍ଷୟିତ୍ରୀ/ଛାତ୍ର, ଛାତ୍ରୀ /ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ/ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ଚଉଧୁରି ଅରବିନ୍ଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।ଶେଷରେ ସଭା ସାଙ୍ଗ କରାଯାଇଥିଲା ।

Leave a Reply

Your email address will not be published. Required fields are marked *