ଓଭରବ୍ରିଜରୁ ଖସିଲା ବସ୍ ୫ମୃତ

ଯାଜପୁର ଏନଏଚ୍-୧୬ର ବାରବାଟୀ ଛକରେ ଓଭରବ୍ରିଜରୁ ଖସିଲା ବସ୍ । ଦୁର୍ଘଟଣାରେ ୪୦ ଆହତ ହୋଇଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ୫ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ଯୋଗ୍ୟ କି ୧୬ ନମ୍ବର ଜାତୀୟ ରାଜପଥର ଧର୍ମଶାଳା ଥାନା ଅନ୍ତର୍ଗତ ବାରବାଟି ଓଭରବ୍ରିଜ ତଳକୁ ଭାରସାମ୍ୟ ହରାଇ ଖସି ପଡ଼ିଲା| କଲିକତା ଅଭିମୁଖେ ଯାଉଥିବା ‘କାଳିଆ ନନା’ ନାମକ ଯାତ୍ରୀବାହୀ ବସ |

ପ୍ରାୟ ୪୦ଯାତ୍ରୀ ଆହତ ଏବଂ ତନ୍ମଧ୍ୟରୁ ୪ଜଣ ପୁରୁଷ ଓ ଜଣେ ମହିଳା ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି | ଆହତମାନଙ୍କୁ ପ୍ରଥମେ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଉଛି ଏବଂ ତନ୍ମଧ୍ୟରୁ ଗୁରୁତର ଆହତ ମାନଙ୍କୁ କଟକ ବଡ଼ ଡ଼ାକ୍ତରଖାନା ଓ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରଯାଇଛି | ସ୍ଥାନୀୟ ଲୋକଙ୍କ ଦ୍ୱାରା ଜାରି ରହିଛି ଉଦ୍ଧାର କାର୍ଯ୍ୟ |

Leave a Reply

Your email address will not be published. Required fields are marked *