ଗ୍ରୀଣ୍ଡୋଲ ଗ୍ରାମ ରେ ଶ୍ରୀଶ୍ରୀ ରାଧାକୃଷ୍ଣ ପ୍ରହରୀ ମଣ୍ଡପ ପ୍ରତିଷ୍ଠା ସହ ଷୋହଳ ପ୍ରହର ଅଖଣ୍ଡ ନାମ ଯଜ୍ଞ‌‌‌ ଅନୁଷ୍ଠିତ

ଗୋଲାମୁଣ୍ଡା ତା ୧୬/୦୪କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗ୍ରୀଣ୍ଡୋଲ ଗ୍ରାମରେ ଶ୍ରୀ ଶ୍ରୀ ରାଧାକୃଷ୍ଣ ପ୍ରହରୀ ମଣ୍ଡପ ପ୍ରତିଷ୍ଠା | ଗତ ତା ୧୨/୦୪/୨୦୨୪ ରିଖ ଶୁକ୍ରବାର ଦିନ ସକାଳ ୭:୦୦ ଘଣ୍ଟା ସମୟରେ ଅନୁଷ୍ଠିତ ,ହୋଇ ପ୍ରହରୀ ମଣ୍ଡପ ର କୁମ୍ଭ ଭରଣ ହୋଇଥିଲା ଏବଂ ଅପରାହ୍ଣ ୪:୦୦ ରେ ଷୋହଳ ପ୍ରହର ନାମ ଯଜ୍ଞ‌‌‌ ର କଲସ ଯାତ୍ରା ହୋଇ ସଂଧ୍ୟା ୭:୦୦ ଘଣ୍ଟା ସମୟରୁ ଅଧିବାସ କାର୍ଯ୍ୟ ଆରମ୍ଭ ହୋଇଥିଲା । ତା ୧୩/୦୪/୨୦୨୪ ରିଖ ଶନିବାର ଦିନ ସକାଳ ଘ.୭:୩୦ ଣ୍ଟା ଠାରୁ ନାମ ଆରମ୍ଭ ହୋଇଥିଲା।ତା ୧୫/୦୪/୨୪ ରିଖ ଦିନ ସକାଳ ଘ. ୭:୩୦ ମି .ପୂର୍ଣ୍ଣାହୂତି ହୋଇ ନଗର୍ କୀର୍ତ୍ତନ ହୋଇଥିଲା । ଏହି ଷୋହଳ ପ୍ରହର ନାମ ଯଜ୍ଞ‌‌‌ ରେ ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ମୁଣ୍ଡ ଓ ତାଙ୍କର ଧର୍ମପତ୍ନୀ ଶ୍ରୀମତୀ ଯାଜ୍ଞଷିନୀ ମୁଣ୍ଡ କର୍ତ୍ତା ଭାବରେ କାର୍ଯ୍ୟ ତୁଲାଉଥିବା ବେଳେ ପୂଜକ ଶ୍ରୀଯୁକ୍ତ ଗୌତମ ଯୋଶୀ ପୂଜାର୍ଚ୍ଚନା କରିଥିଲେ । ଷୋହଳ ପ୍ରହର ନାମ ଯଜ୍ଞ‌‌‌ କମିଟି ର ସଂପାଦକ ଶ୍ରୀଯୁକ୍ତ ଅର୍ଜୁନ କୁମାର ମୁଣ୍ଡ ସହ ସଂପାଦକ ଗଜେନ୍ଦ୍ର ମାଝୀ , କୋଷାଧ୍ୟକ୍ଷ ଶ୍ରୀ ଆଶୁତୋଷ ପଣ୍ଡା,ସହ କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ବ୍ରହ୍ମା ପ୍ରସାଦ କାଣ୍ଡ,ଦିବାକର କେତକୀ,ରଜନା ମାଝୀ, ସୁରେଶ ବନ୍ଦିଛୋଡ, ମହେନ୍ଦ୍ର ମାଝୀ ସହ ସମସ୍ତ ଗ୍ରାମ ବାସି ସହଯୋଗ ରେ ଷୋହଳ ପ୍ରହର ନାମ ଯଜ୍ଞ‌‌‌ ଏବଂ ପ୍ରହରୀ ମଣ୍ଡପ ପ୍ରତିଷ୍ଠା କାର୍ଯ୍ୟ କର୍ମ ସମାପନ ହୋଇଥିଲା । ପ୍ରତ୍ୟେକ ଦିନ ଆଖ ପାଖ ଅଞ୍ଚଳରୁ ହଜାର ହଜାର ଭକ୍ତ ମାନଙ୍କ ସମାଗମ ସହିତ ହରେ କୃଷ୍ଣ ହରେ ରାମ ଶବ୍ଦ ଗୁଞ୍ଜରିତ ହୋଇ ଥିଲା । ପ୍ରତ୍ୟେକ ଦିନ ମହାପ୍ରଭୁ ଙ୍କ ପ୍ରସାଦ ସମସ୍ତ ଭକ୍ତ ବୃନ୍ଦ ଅର୍ଣ୍ଣ ଛତ୍ର ରେ ଭୋଗ ଖାଇଥିଲେ ।

Leave a Reply

Your email address will not be published. Required fields are marked *