ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ର ବିଜେପି ରେ ବିଦ୍ରୋହ
ବିଜେପି ବିଧାୟକ ପ୍ରାର୍ଥୀ ପରିବର୍ତ୍ତନ ପାଇଁ ଦାବିଆଂକର- ଜଗତସିଂହପୁର ଜିଲ୍ଲାର ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ପକ୍ଷରୁ ସତ୍ୟ ସାରଥୀ ମହାନ୍ତି ଙ୍କୁ ଦଳ ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ ଏହାକୁ ବାଲିକୁଦା ଏରସମା ବିଜେପି ପକ୍ଷରୁ ବିରୋଧ କରାଯାଇଛି । ବରିଷ୍ଠ ବିଜେପି ନେତା ସଞ୍ଜୟ ମହାନ୍ତି ଙ୍କ ସଭାପତିତ୍ୱ ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସତ୍ୟବ୍ରତ ଦାସ, ଶଶାଙ୍କ ଶେଖର ଶାହାଣୀ, ଶଶିକାନ୍ତ ସ୍ବାଇଁ ପ୍ରମୁଖ ବହୁ ବିଜେପି ନେତା ଓ କର୍ମୀ ମାନେ ବିଜେପି ପ୍ରାର୍ଥୀ ପରିବର୍ତ୍ତନ କରିବାକୁ ଦାବି କରିଛନ୍ତି । ଏହା ସହିତ ଏ ସମ୍ପର୍କରେ ରାଜ୍ୟ ନେତୃତ୍ୱ କୁ ଦାୟୀ କରିଛନ୍ତି । ତେବେ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀ ରେ ବିଜେପି ର 50 ହଜାର ଭୋଟ ରହିଛି । ତେବେ ସଂଗଠନ କୁ ସଜାଡି ରଖିଥିବା ନେତା ଙ୍କୁ ଅଣଦେଖା କରାଯାଇଛି । ଏହାର ବିରୁଦ୍ଧରେ ପ୍ରାର୍ଥୀ ପରିବର୍ତ୍ତନ ପାଇଁ ବିଜେପି ପକ୍ଷରୁ ଦାବି କରାଯାଇଛି ।
