ରଶ୍ମି ଓ ସୁଧୀରଙ୍କ ପ୍ରାର୍ଥୀପତ୍ର ଦାଖଲ
ଧର୍ମଗଡ (୨୪/୪), ସାଧାରଣ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଳ ଜାରି ରହିଥିବା ବେଳେ ସପ୍ତମ ଦିନରେ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ପାଇଁ ଭାରତୀୟ ଜାତୀୟ କଂଗ୍ରେସ ଦଳ ପକ୍ଷରୁ ରଶ୍ମିରେଖା ରାଉତ ଓ ଭାରତୀୟ ଜନତା ପାର୍ଟିର ସୁଧୀର ପଟ୍ଟଯୋଶୀ ଧର୍ମଗଡ ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ ଠାରେ ପାର୍ଥିପତ୍ର ଦାଖଲ କରିଛନ୍ତି l

ଧର୍ମଗଡ଼ ବସଷ୍ଟାଣ୍ଡ ରୁ ହଜାର ହଜାର କର୍ମୀ ଓ ସାଧାରଣ ଜନତାଙ୍କ ସହ ବିରାଟ ରାଲିରେ ଆସି ରଶ୍ମିରେଖା ନିଜ ନାମାଙ୍କନ ଦାଖଲ କରିଥିବାବେଳେ ବିଜେପି ପ୍ରାର୍ଥୀ ସୁଧୀର ପଟ୍ଟଯୋଶୀ ମଧ୍ୟ ଧର୍ମଗଡ଼ର ଇସ୍ତାଦେବୀ ମାଁ ଭଣ୍ଡାର ଘରଣୀଙ୍କ ମନ୍ଦିରରୁ ହଜାର ହଜାର କର୍ମୀଙ୍କ ସହ ଆସି ନିଜ ନାମାଙ୍କନ ପତ୍ର ଦାଖଲ କରିଥିଲେ l ଏଥିସହ ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ମନୋଜ ମେହେର ଓ ଓଡିଶା ଜନତା ଦଳର ରବି ହରିଜନ ମଧ୍ୟ ନିଜ ସମର୍ଥକଙ୍କ ସହ ଆସି ନାମାଙ୍କନପତ୍ର ଦାଖଲ କରିଥିବା ଜଣାଯାଇଛି l
