ଇ ନାମ ମଣ୍ଡି ରେ ଦେଶୀ ଆଳୁ ବିକ୍ରି କରି ଚାଷୀ ହେଲେ ଲାଭାନ୍ୱିତ

ହିଞ୍ଜିଳିକାଟୁ:-୦୨/୦୫ ଇ – ନାମ ମଣ୍ଡିରେ ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ପୋଡ଼ିଙ୍ଗି ଗ୍ରାମର ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା ଚାଷ କରିଥିବା ଦେଶୀ ଆଳୁ କି.ଗ୍ରା.ପ୍ରତି ୨୦ କୋଡିଏ ଟଙ୍କା ହିସାବରେ ୩୩.୦୦ କ୍ଵିଣ୍ଟାଲ ବିକ୍ରି କରି ମୋଟ ୬୬୦୦୦.୦୦ ଟଙ୍କା ପାଇଛନ୍ତି। ଯାହା ବର୍ତ୍ତମାନ ର ଚାଲିଥିବା ବଜାର ମୂଲ୍ୟ ଠାରୁ ଅଧିକ ଥିବାର ସୁଚନା ମିଳିଛି। ଉକ୍ତ କୃଷିଜାତ ଦ୍ରବ୍ଯକୁ ନିମାପଡ଼ା ଇ-ନାମ ମଣ୍ଡିର ବ୍ୟବସାୟୀ ଇ ନାମ ପୋର୍ଟାଲ୍ ମାଧ୍ୟମରେ କ୍ରୟ କରି ଅଛନ୍ତି । ଉକ୍ତ ଚାଷୀ ଇ – ନାମ ମାଧ୍ୟମରେ ବିକ୍ରି କରି ଅଧିକ ମୂଲ୍ୟ ପାଇଥିବାରୁ ଖୁସି ବ୍ୟକ୍ତ କରିବା ସହ ଅଞ୍ଚଳର ଚାଷୀ ମାନଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ କୃଷିଜାତ ଦ୍ରବ୍ୟ ବିକ୍ରି କରି ଲାଭବାନ ହେବା ପାଇଁ ଅନୁରୋଧ କରିଛନ୍ତି। ସୂଚନା ଥାଉ କି, ଉକ୍ତ ଘଟଣା ସ୍ଥଳରେ ହିଞ୍ଜିଳିକାଟୁ ଇ-ନାମ ମଣ୍ଡି ର ନୋଡାଲ ଅଫିସର ଶ୍ରୀ ପବିତ୍ର କୁମାର ସାହୁ , କୋଷାଧ୍ୟକ୍ଷ ସଞ୍ଜୟ କୁମାର ପଣ୍ଡା ,ଇ ନାମ ମଣ୍ଡି ବିଶ୍ଳେଷକ,ଶ୍ରୀ ବିଧୁ ଭୂଷଣ ପଲେଇ , ଫିଲ୍ଡ ଷ୍ଟାଫ୍ ଅମିୟ ପଟ୍ଟନାୟକ ,ପ୍ରମୁଖ ଉପସ୍ଥିତ ରହି ଚାଷୀ ମାନଙ୍କୁ ଉତ୍ସାହିତ କରିଥିଲେ। ଉକ୍ତ କିଣା ବିକା ପ୍ରକ୍ରିୟାକୁ ହିଞ୍ଜିଳିକାଟୁ ମଣ୍ଡି ର ସମ୍ପାଦକ ଶ୍ରୀ ବିନାୟକ ବିଶ୍ଵାଳ ସୁଚାରୁରୂପେ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *