କାକଟପୁରରେ ବିଶ୍ଵ ଶ୍ରମିକ ଦିବସ ପାଳନ
କାକଟପୁର:-୦୨/୦୫ – କାକଟପୁର ଦାରୁବ୍ରହ୍ମ ଅଟୋ ଚାଳକ ସଂଘ ପକ୍ଷରୁ ନୂତନ ବସଷ୍ଟାଣ୍ଡ ସମ୍ମୁଖରେ ବିଶ୍ୱ ଶ୍ରମିକ ଦିବସ ପାଳନହୋଇଯାଇଛି। ଏଥିରେ ରାମଚନ୍ଦ୍ର ରଣା ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ସିପିଆଇ ଜାତୀୟପରିଷଦ ସଭ୍ୟ ଆଶିଷ କୁମାର କାନୁନଗୋ, ମୁଖ୍ୟବକ୍ତା ସମାଜସେବୀ ବିପିନ ରାଉତ, ସମ୍ମାନିତ ଅତିଥି ସିପିଆଇ ନେତା ସୁରେଶ ଚନ୍ଦ୍ର ବିଶ୍ଵାଳ ପ୍ରମୁଖ ଉପସ୍ଥିତ ରହି ସରକାରଙ୍କ ଶ୍ରମ ଆଇନ ଉପରେ ତର୍ଜମା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ହଟକିଶୋର ସାହୁ, ତୋଫାନ କାଣ୍ଡିଙ୍କ ସମେତ ସଂଘର ସମସ୍ତ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ସେହିପରି ଭାବେ ମାମଙ୍ଗଳା କୋଠାବାଡ଼ି ଓ ନିର୍ମାଣ ସଂଘ ପକ୍ଷରୁ ମାମଙ୍ଗଳା ବରିଷ୍ଠ ନାଗରିକ ମଞ୍ଚ ସହଯୋଗରେ କାକଟପୁରରନପୌରାଣିକ ବିଶ୍ଵାମିତ୍ର ମଠ ପରିସରରେ ଆନ୍ତର୍ଜାତିକ ଶ୍ରମିକ ଦିବସ ବୁଧବାର ପାଳନ କରାଯାଇଅଛି। ମଞ୍ଚର ସାଧାରଣ ସମ୍ପାଦକ କ୍ଷେତ୍ରମୋହନ ଦାଶଙ୍କ ସଭାପତିତ୍ବରେ ପାଳିତ ଶ୍ରମିକ ଦିବସରେ ମୁଖ୍ୟ ଅତିଥି ଅବସରପ୍ରାପ୍ତ ରାଜନୀତି ବିଜ୍ଞାନର ପ୍ରଧ୍ୟାପକ ରାଧା ଚରଣ ପଣ୍ଡା, ନିର୍ମାଣ ସଂଘର ସଭାପତି ଦ୍ଵିଜବର ସ୍ବାଇଁ, ସମ୍ପାଦକ ପ୍ରମୋଦ କାଣ୍ଡି, ପ୍ରମୁଖ ଯୋଗଦେଇ ଶ୍ରମିକ ଦିବସର ତାତ୍ପର୍ଯ୍ୟ ଓ ଶ୍ରମିକ ମାନଙ୍କ ହକ ପାଇଁ ସଂଗଠିତ ରହିବା ନିହାତି ଦରକାର ବୋଲି କହିଥିଲେ।
