ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀ ରେ ବିଜେପି ବିଧାୟକ ପ୍ରାର୍ଥୀଙ୍କ ରୋଡ଼ ସୋ

ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ଏକ ରୋଡ଼ ଶୋ ଅନୁଷ୍ଠିତ ହୋଇଯାଇଛି ।ବାଲିକୁଦା ବ୍ଲକ ଆମ୍ବଶାଳ ନିକଟରୁ ବିରାଟ ଶୋଭାଯାତ୍ରା ବାହାରି ତହସିଲ ଛକ ନିକଟରେ ଥିବା ବିଜେପି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା ।ପରେ ବିଜେପି କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡ଼ିଆରେ ବାଲିକୁଦା-ଏରସମା ବିଜେପି ବିଧାୟକ ପ୍ରାର୍ଥୀ ସତ୍ୟ ସାରଥୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆୟୋଜିତ ସାଧାରଣ ସଭାରେ ସାଂସଦ ପ୍ରାର୍ଥୀ ବିଭୁପ୍ରସାଦ ତରାଇ, ଜିଲ୍ଲା ଯୁବ ମୋର୍ଚା ସଭାପତି ସୁବୋଧ ବାରିକ, ରାଜ୍ୟ ଯୁବ ମୋର୍ଚା ପ୍ରଭାରୀ ସୁକାନ୍ତ ବିଶ୍ଵାଳଙ୍କ ସମେତ ୮ ହଜାରରୁ ଉର୍ଦ୍ଧ କର୍ମକର୍ତ୍ତା ମାନେ ଯୋଗ ଦେଇ ଆଗାମୀ ନିର୍ବାଚନରେ ବୁଥ ସ୍ତରରେ କିପରି ଭୋଟର ମାନଙ୍କୁ ସଚେତନ କରାଯିବ ଓ ମୋଦି ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ବାବଦରେ ଲୋକମାନଙ୍କୁ ସଚେତନ କରାଯିବ ସେ ବାବଦରେ ଆଲୋଚନା କରାଯାଇଥିଲା । ଏହି ନିର୍ବାଚନରେ ବିଜେପିକୁ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରେ ସମୃଦ୍ଧ କରିବା ସହିତ ଏଥର ନିର୍ବାଚନ ମଣ୍ଡଳୀରେ କିଭଳି ପଦ୍ମ ଫୁଟିବା ସେ ବାବଦରେ ନେତୃବୃନ୍ଦ ଓ କର୍ମୀମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରାଯାଇଛି ବୋଲି କହିଛନ୍ତି ବିଧାୟକ ପ୍ରାର୍ଥୀ ।

Leave a Reply

Your email address will not be published. Required fields are marked *