ରାଇକିଆ ବିଜେପି କାର୍ଯ୍ୟାଳୟ ପରିସର ରେ ବିଜେପି ର ମିଶ୍ରଣ ପର୍ବ ଅନୁଷ୍ଠିତ
କନ୍ଧମାଳ, ତା 13/5/24କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ନିର୍ବାଚନ ମଣ୍ଡଳୀ ର ରାଇକିଆ ଠାରେ ବିଜେପି ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଛି.। । ରାଇକିଆ ବିଜେପି ବିଧାୟକ ପ୍ରାର୍ଥୀ ମାନ ଗୋବିନ୍ଦ ପ୍ରଧାନ,ବିଧାନସଭା ସଂଯୋଜକ ସନ୍ତୋଷ ଲେଙ୍କା,ରାଇକିଆ ମଣ୍ଡଳ ସଭାପତି ନାରାୟଣ ପାତ୍ର, ପୂର୍ବତନ ବିଧାୟିକା ଅଜୟନ୍ତୀ ପ୍ରଧାନ ଙ୍କ ଉପସ୍ଥିତି ରେ ବଡ ବାର୍ବା ବିଜେଡି ପଞ୍ଚାୟତ ସଭାପତି ଅଶୋକ ନାୟକ ଙ୍କ ସହିତ ପଚାଷ ରୁ ଊର୍ଧ୍ୱ କର୍ମୀ ଆଜି ରାଇକିଆ ବିଜେପି କାର୍ଯ୍ୟାଳୟ ଠାରେ ସ୍ୱତ ପ୍ରବୃତ ଭାବେ ସାମିଲ ହୋଇଥିଵା ଦେଖିବାକୁ ମିଳିଥିଲା । ମୋଦିଜୀଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ଆଜି ଆମେ ବିଜେପି ରେ ସାମିଲ ହୋଇଅଛୁ ବୋଲି କହିଵା ସହିତ ଏହିଥର ନିଶ୍ଚିତ ଭାବେ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀ ରେ ପଦ୍ମ ଫୁଟିବ ବୋଲି କହିଛନ୍ତି ।ଶେଷରେ ବିଧାୟକ ପ୍ରାର୍ଥୀ ମାନ ଗୋବିନ୍ଦ ପ୍ରଧାନ ସମସ୍ତ କାର୍ଯ୍ୟକର୍ତ୍ତା ଚଳିତ ନିର୍ବାଚନ ରେ ଏକାଠି ହୋଇ ଲଢ଼ିବା ସକାଶେ ଆହ୍ୱାନ ଦେଇଥିଲେ।
