ହଜାର ହଜାର ସମର୍ଥକଙ୍କ ବିଶାଳ ବାଇକ୍ ରାଲି ରେ ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ପ୍ରଧାନ
* ତା 14/5/25 କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ନିର୍ବାଚନ ମଣ୍ଡଳୀ ରାଇକିଆ ବ୍ଲକ ଠାରେ କଂଗ୍ରେସ ଜିଲ୍ଲା ସଭାପତି ଚନ୍ଦ୍ର ପରିଡା ଙ୍କ ଉପସ୍ଥିତି ରେ ପ୍ରାୟ ୪ ହଜାରରୁ ଉର୍ଦ୍ଧ୍ବ ସମର୍ଥକଙ୍କ ସହ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ ଘୁ. ଉଦୟଗିରି ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ପ୍ରଧାନ,। ସାଂସଦ ପ୍ରାର୍ଥୀ ଅମୀର ଚାନ୍ଦ ନାୟକ ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ଙ୍କୁ ଚାଷୀ ମୁଲିଆ ର ଚିହ୍ନ ହାତ ଚିହ୍ନ ରେ ବିପୁଳ ମାତ୍ରା ରେ ଭୋଟ ଦେବା ସହିତ ଏହି ଥର ରାଜ୍ୟ ରାଜନୀତି ରେ ପରିବର୍ତ୍ତନ କରିବା ନିତାନ୍ତ ଆବଶ୍ୟକ ବୋଲି ଜିଲ୍ଲା ସଭାପତି ମନ୍ତବ୍ୟ ପ୍ରଦାନ କରିଥିଲେ।ଆଜିର ଏହି ବିଶାଳ ଶୋଭାଯାତ୍ରା ରାଇକିଆ ବ୍ଲକ ଚୂନପଲି ଛକ ଠାରୁ ବାହାରି ବେରେଡାକିଆ ଓ ସୁଗଡ଼ବାଡ଼ି, ଗୁମାମାହା ପଞ୍ଚାୟତ ପର୍ଯ୍ୟନ୍ତ ନଗର ପରିକ୍ରମା କରିବା ସହିତ ହାତ ଚିହ୍ନର ପ୍ରଚାର କରିଥିଲେ । ଏହି ଅବସରରେ ବିଭିନ୍ନ ଛକ ଗୁଡିକରେ ବିଧାୟକ ପ୍ରାର୍ଥୀ ଙ୍କୁ ପ୍ରବଳ ଜନ ସମର୍ଥନ ମିଳିବା ସହ ଲୋକେ ପୁଷ୍ପମାଳ ପ୍ରଦାନ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ପ୍ରାର୍ଥୀ ସତ୍ୟବାନ ପାତ୍ର,ଜିଲ୍ଲା ଯୁବ ସଭାପତି ଚନ୍ଦନ ପଣ୍ଡା, ଘୁ. ଉଦୟଗିରି ନିର୍ବାଚନ ମଣ୍ଡଳୀ ସଭାପତି ପ୍ରଫୁଲ୍ଲ ଦାଶ, ମନୋଜ ଦିଗାଲ, ବ୍ଲକ ଯୁବ ସଭାପତି ଏରୋଜ ନାୟକ, ବ୍ଲକ ସଭାପତି ସତ୍ୟବାନ ଦିଗାଲ ଙ୍କ ସହିତ କଂଗ୍ରେସ ର ବହୁ ବରିଷ୍ଠ କର୍ମୀ ଉପସ୍ଥିତ ରହିଥିଲେ।
