ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସ୍ଥାନ ରେ ପ୍ରଥମ ପର୍ଯ୍ୟାୟ ଭୋଟ ଦାନ

ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସ୍ଥାନ ରେ ପ୍ରଥମ ପର୍ଯ୍ୟାୟ ଭୋଟ ଦାନ ପ୍ରକ୍ରିୟା ଆରମ୍ଭ ନିର୍ବାଚନ ମାହୋଲ ସରଗରମ | ପ୍ରତ୍ୟେକ ଅଂଚଳ ରେ ଆରମ୍ଭ ହେଲାନି ପ୍ରଥମ ପ୍ରର୍ଯାୟ ଭୋଟ ଦାନ ପ୍ରକ୍ରିୟା | ସର୍ବ ପରୀ କଳାହାଣ୍ଡି ର ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ବିଦ୍ୟାଳୟ ରେ ଚାଲିଛି ଭୋଟ ଦାନ ବ୍ୟବସ୍ତା ତେବେ ଗୋଲାମୁଣ୍ଡା ବ୍ଲକ ମାଞ୍ଜରୀ ଗ୍ରାମ ବିଦ୍ୟାଳୟ ରେ ଆଜି ସକାଳୁ ଭୋଟ ଦାନ ପ୍ରକ୍ରିୟା ଆରମ୍ଭ ହୋଇଛି |

ଭୋଟ କେନ୍ଦ୍ର ରେ ପ୍ରଶାସନ ପକ୍ଷରୁ ଅନେକ ବ୍ୟାପକ ବ୍ୟବସ୍ତା କରାଯାଇଛି | ସେହିଭଳି ଗୋଲାମୁଣ୍ଡା ବ୍ଲକ ଡୁଙ୍ଗୁରିଗୁଡା ଜୁନାଗଡ଼ ରେ ଚାଲିଛି ନିର୍ବାଚନ ର ନିର୍ଣ୍ଣାୟକ ପ୍ରକ୍ରିୟା ଭୋଟ ଦାନ | ଏଥର ନିର୍ଵାଚନ ପ୍ରଚାର ସହ ମାହୋଲ ଏତେ ଜୋରଦାର ଥିଲା ଯେ କିଭଳି ଭୟ ମୁକ୍ତ ହୋଇ ଭୋଟର ମାନେ ଭୋଟ ଦେବେ ତାହାକୁ ନେଇ ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ୟବସ୍ତା ପୋଲିସ ପ୍ରଶାସନ ସହ କରାଯାଇଛି | ଭୋଟ କେନ୍ଦ୍ର ରେ କିଭଳି ଅସାମାଜିକ ବ୍ୟକ୍ତି ବା କୌଣସି ସୂତ୍ରରୁ କିଛି ଅପ୍ରୀତିକର ପରିସ୍ଥିତି ନ ଉପୁଜୁ ତାହାକୁ ମଧ୍ୟ ଦୃଷ୍ଟି ରେ ରଖାଯାଇଛି | ଉକ୍ତ ସ୍ଥାନରେ ଏସ ଏଚ ଜି ମହିଳା ମାନେ ମଧ୍ୟ ପାନୀୟ ବ୍ୟବସ୍ତା ଇତ୍ୟାଦି ବନ୍ଦୋବସ୍ତ କରିଥିଲେ | ଜନସାଧାରଣ ଉତ୍ସାହିତ ହୋଇ ଭୋଟ କେନ୍ଦ୍ର କୁ ଯିବାର ଦେଖାଯାଇଥିଲା | ଏହି ୨ ଟି ବ୍ୟତୀତ ଜୁନାଗଡ଼ ର ନିର୍ବାଚନ ମଣ୍ଡଳୀର ବିଭିନ୍ନ ବିଦ୍ୟାଳୟ ରେ ଭୋଟ କାର୍ଯ୍ୟକ୍ରମ କରାଯାଇଛି | ସମସ୍ତେ କିଭଳି ଶୃଙ୍ଖଳା ର ସହ ମତଦାନ ଦେଇପାରିବେ ସେ ଉପରେ ଦୃଷ୍ଟି ଦିଆଯାଇଛି |

Leave a Reply

Your email address will not be published. Required fields are marked *