ଭାରତୀୟ ଜନତା ପାର୍ଟିର ପ୍ରଚାର ଗାଡ଼ି ସହ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ
ବ୍ରହ୍ମପୁର/ଭଞ୍ଜନଗର :-୧୩/୦୫ ରାଜ୍ୟରେ ରେ ଦୁରାଚାରୀ,ଗୁଣ୍ଡା ରାଜ୍,ମାଫିଆ ମାନଙ୍କ ଶାସନ ଆଜି ଚରମ ସୀମାରେ ପହଂଚିଛି। ଆଜି ସ୍ପଷ୍ଟ ଦିବାଲୋକରେ ବିଜେପି ର ପ୍ରଚାର ଗାଡ଼ି ସହ ଜଣେ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଭଞ୍ଜନଗରରେ ବିଜେଡି ର କିଛି କର୍ମୀ। ସୂଚନା ଅନୁଯାୟୀ ଆଜି ଭଞ୍ଜନଗର ରେ ଭାରତୀୟ ଜନତା ପାର୍ଟି ର ବିଧାୟକ ପ୍ରାର୍ଥୀ ପ୍ରାଦୁମ୍ନ ନାୟକଙ୍କ ନିଜ ପ୍ରଚାରରେ ଗାଡ଼ି ବୁଲୁଥିବା ସମୟରେ ବିଜେଡ଼ି ର କିଛି କର୍ମୀ ମୁହାଁମୁହିଁ ଓ ପରେ ହାତ୍ତାହାତି ହୋଇଥିଲେ। ରାଜ୍ୟର ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ ଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶ ରେ ତାଙ୍କ ଦଳ ର ଗୁଣ୍ଡା ମାନେ ଆଜି ଭାରତୀୟ ଜନତା ପାର୍ଟିର ପ୍ରଚାର ଗାଡି ସହିତ କାର୍ଯ୍ୟକର୍ତ୍ତା ଙ୍କ ଉପରେ ସ୍ପଷ୍ଟ ଦିବାଲୋକରେ ମରଣାନ୍ତକ ଆକ୍ରମଣ କରିଛନ୍ତି I ଆକ୍ରମଣ କରିଥିବା ବ୍ୟକ୍ତି ଙ୍କ ଫଟୋ ସାମାଜିକ ଗଣ ମାଧ୍ୟମରେ ଭାଇରଲ ହେବାରେ ଲାଗିଛି I

ଭାରତୀୟ ଜନତାପାର୍ଟି ଦାବି କରୁଛି ଏହି ଦୁର୍ବୃତ୍ତ ମାନଙ୍କୁ ତୁରନ୍ତ ଗିରଫ ସହ ଆଇନ୍ ଶୃଙ୍ଖଳା ପରିସ୍ଥିତି କୁ ନିଜ ହାତ କୁ ନେଉ।ଏଥି ସହ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କୁ ସୁରକ୍ଷା ପ୍ରଦାନ କରୁ I ଏଥିରେ ଯଦି ନିର୍ବାଚନ ଅଧିକାରୀ ବିଫଳ ହୁଅନ୍ତି ରାଜରାସ୍ତା କୁ ଅବରୋଧ କରାଯିବ Iଏଥିରୁ ସ୍ପଷ୍ଟଭାବେ ପ୍ରମାଣିତ ହେଉଛି ଜେ ଭଞ୍ଜନଗର ରେ ଭାରତୀୟ ଜନତା ପାର୍ଟିର ବିଧାୟକ ପାର୍ଥି ଜିତିବା ଏବଂ ବିଜୁ ଜନତା ଦଳର ପ୍ରାର୍ଥୀ ବିକ୍ରମ ଆରୁଖ ହାରିବା ଭୟରେ ଏହି ଭଳି କାଣ୍ଡ ଭିଆଇଛନ୍ତି I ଏଥିରେ ବିକ୍ରମ ବାବୁ ଙ୍କ ହାତ ରହିଛି I ବିପକ୍ଷ ର ଏହି ଭୟ ଆଜି ପ୍ରମାଣିତ କରୁଛି ବିପୁଳ ସଂଖ୍ୟାରେ ଭାରତୀୟ ଜନତାପାର୍ଟି ଭଞ୍ଜନଗର ରେ ବିଜୟ ସୁନିଶ୍ଚିତ ହେବ।
