ସନ୍ଧ୍ୟାରାଣୀଙ୍କ ରାଜନୈତିକ ରଣନୀତି ଆଗରେ ବିରୋଧୀ ଭୟଭୀତ

**ଯାଜପୁର ଜିଲ୍ଲା କୋରେଇ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀନୀ ସନ୍ଧ୍ୟାରାଣୀ ଦାସଙ୍କୁ ବିଜୟ ଟିକା ପିନ୍ଧାଇବାକୁ ଦଳର କର୍ମୀ, ନେତୃମଣ୍ଡଳୀ ଫୁଲ୍ ଦମରେ ଲାଗି ପଡିଛନ୍ତି l ପ୍ରତ୍ୟକ ଦିନ ଅପରାହ୍ନରେ କୋରେଇ ବ୍ଲକ ବିଜେଡି ସଭାପତି ଭକ୍ତବତ୍ସଳ ସ୍ଵାଇଁଙ୍କ ସଭାପତିତ୍ବରେ ବିଭିନ୍ନ ପଞ୍ଚାୟତରେ ନିର୍ବାଚନୀ ସଭା ଅନୁଷ୍ଠିତ ହୋଉଅଛି l ସବୁ ପଞ୍ଚାୟତରେ ବିଧାୟିକା ପ୍ରାର୍ଥୀନୀ ଶ୍ରୀମତୀ ଦାସଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆ ଯାଉଛି l ସ୍ଵର୍ଗତ ଅଶୋକ ଦାସଙ୍କ ପତ୍ନୀ ଶ୍ରୀମତୀ ଦାସ ବକ୍ତବ୍ୟ ମାଧ୍ୟମରେ କୋରେଇ ମାଟିର ସନ୍ତାନମାନେ ସ୍ଵର୍ଗତ ଅଶୋକ ଦାସଙ୍କୁ ୬ଥର ନିର୍ବାଚିତ କରିଥିଲେ ବୋଲି ପ୍ରକାଶ କରିଥିଲେ l ଏହି ମାଟିକୁ ଆମେ କେବେ ଭୁଲି ପାରିବୁ ନାହିଁ l ଏହା ସଦା ସର୍ବଦା ଆମକୁ ସ୍ନେହ ବନ୍ଧନରେ ବାନ୍ଧି ରଖିଛି l ଏହା ମୋ ସ୍ଵାମିଙ୍କର କର୍ମ ଭୂମି ଥିଲା l ଏହି ମାଟିକୁ ଶତକୋଟି ପ୍ରଣାମ l ଆମ ପ୍ରିୟ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ଉପରେ ଆସ୍ଥା ପ୍ରକଟ କରି କୋରେଇ ବାସୀଙ୍କ ସେବା କରିବାର ସୁଯୋଗ ଦେଇଛନ୍ତି l

ଏ‌ହି କୋରେଇ ଅଞ୍ଚଳକୁ ଏକ ବିକାଶଶୀଳ ଅଞ୍ଚଳ ଭାବେ ଗଢ଼ିବାକୁ ଆପଣଙ୍କ ସହଯୋଗ ଏକାନ୍ତ ଆବଶ୍ୟକ ଓ ଏଥିପାଇଁ ମୋତେ ଆର୍ଶୀବାଦ କରନ୍ତୁ ବୋଲି ନିର୍ବାଚନୀ ପ୍ରଚାର କହିଥିଲେ ସନ୍ଧ୍ୟାରାଣୀ l

Leave a Reply

Your email address will not be published. Required fields are marked *