ପର୍ଯ୍ୟବେକ୍ଷକ ମାନଙ୍କ ବିଭିନ୍ନ କାର୍ଯ୍ୟ ର ସମୀକ୍ଷା

ପୁରୀ ୧୬/୫ ପୁରୀ ଜିଲ୍ଲାର ନିର୍ବାଚନ କୁ ମୁକ୍ତ, ଅବାଧ ଓ ନିରପେକ୍ଷ ଭାବେ ପରିଚାଳନା ପାଇଁ ପ୍ରଶାସନ ବ୍ୟବସ୍ଥା କରିଛି।ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଯେପରି ଶୃଙ୍ଖଳିତ ଓ ସୁଚାରୁ ରୁପେ ନିର୍ବାଚନ ପରିଚାଳନା ହେବ ଓ ମତଦାନ ହାର ବଢିବ ସେଥିପାଇଁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।ସୁଇପ କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତ ଭୋଟର ମାନେ ନିଜର ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିବା ସହ ଗଣତନ୍ତ୍ର ର ମହାପର୍ବ ନିର୍ବାଚନ ରେ ସାମିଲ ହେବାକୁ ସେ ନିବେଦନ କରିଛନ୍ତି।ସେହିପରି ଜିଲ୍ଲା ପାଇଁ ଭାରତର ନିର୍ବାଚନ କମିଶନ ନିଯୁକ୍ତ କରିଥିବା ପର୍ଯ୍ୟବେକ୍ଷକ ମାନେ ଶୃଙ୍ଖଳିତ ନିର୍ବାଚନ ପାଇଁ ବାରମ୍ବାର ସମୀକ୍ଷା ଓ ବିଭିନ୍ନ କାର୍ଯ୍ୟ ର ତଦାରଖ କରୁଛନ୍ତି।ଆଜି ଖର୍ଚ୍ଚ ପର୍ଯ୍ୟବେକ୍ଷକ ମଦନପାଲ ସିଂ ପିପିଲି ଚେକପୋଷ୍ଟ ପରିଦର୍ଶନ କରିବା ସହ ସେଠାରେ ନିୟୋଜିତ ଅଧିକାରୀ ଓ କର୍ମଚାରୀ ମାନଙ୍କ ସହ ଆଲୋଚନା କରିଥିଲେ।

ଏଫ ଏସ ଟି ଓ ଏସ ଏସ ଟି ମାନଙ୍କ ସହ ମଧ୍ୟ ଆଲୋଚନା କରି ଥିଲେ।ପରେ ପୁରୀ ରେଲୱେ ଷ୍ଟେସନ ଠାରେ ଆରପିଏଫ ଓ ଜିଆରପି କାର୍ଯ୍ୟାଳୟ ପରିଦର୍ଶନ କରି ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ। ସେହିପରି ପୁରୀ ଲୋକସଭା ଅନ୍ତର୍ଗତ ଚିଲିକା, ନୟାଗଡ଼ ଓ ରଣପୁର ପାଇଁ ନିଯୁକ୍ତ ଅନ୍ୟତମ ସାଧାରଣ ପର୍ଯ୍ୟବେକ୍ଷକ ଟି ଭି ସୁଭାଷ ଆଜି ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ। ପୁରୀ ରେ ପହଞ୍ଚିବା ପରେ ଶ୍ରୀ ସୁଭାଷ ଜିଲ୍ଲାପାଳ ଙ୍କ ସହ ନିର୍ବାଚନର ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *