ପୋଲସରା ରେ ତେଜିଲା ରାଜନୈତିକ ହିଂସା

ପୋଲସରା ରେ ତେଜିଲା ରାଜନୈତିକ ହିଂସା, ଦିନ ଦିପହରେ ଫୁଟିଲା ଗୁଳି ପୋଲସରା :-୧୬/୦୫ ଗଞ୍ଜାମ ଜିଲ୍ଲା ପୋଲସରା ରେ ଦିନ ଦ୍ୱିପ୍ରହର ରେ ଫୁଟିଲା ଗୁଳି। ଜନ ସାଧାରଣ ନିଜକୁ ସୁରକ୍ଷିତ ମନେ କରୁନାହାଁନ୍ତି। ସୂଚନା ଅନୁଯାୟୀ ଗଣେଶ ଖଟେଇ ( ଗଣି ) ନାମ ଯୁବକ ପୋଲସରା କଲେଜ ତୋଟା ସାହି ଦେଇ କୌଣସି କାର୍ଯ୍ୟରେ ଯାଉଥିଲେ। ପୂର୍ବରୁ ଯୋଜନା ବଦ୍ଧ ଭାବେ କିଛି ଯୁବକ ଗଣିର ଫିଛା କରି ଜନ ଗହଳି ପୂର୍ଣ୍ଣ ନ୍ ଥିବା, ଫାଙ୍କା ରାସ୍ତା ଦେଖି ଗଣି ଉପରକୁ ତିନି ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇଯାଇଥିଲେ। କିନ୍ତୁ ଫେରାର ହୋଇଯାଇଥିଲେ ମଧ୍ୟ ସେମାନେ ଆସିଥିବା ଦୁଇଟି ମୋଟର ସାଇକେଲ ଛାଡ଼ି ଘଟଣା ସ୍ଥଳରୁ ଫେରାର ହୋଯାଇଛନ୍ତି।

ସ୍ଥାନୀୟ ଲୋକେ ପୋଲିସ କୁ ଖବର ଦେବାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗଣିକୁ ଉଦ୍ଧାର କରି ପୋଲସରା ମେଡିକାଲ ରେ ଭର୍ତ୍ତି କରିଥିଲେ। ଗୁଲିଟି କାନ ପାଖରେ ବାଜି ଥିବାରୁ ଉତ୍ତମ ଚିକିତ୍ସା ସକାଶେ ପ୍ରାଥମିକ ଚିକିତ୍ସା ପରେ ପୋଲସରା ମେଡିକାଲ ରୁ ଗଣେଶଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତରିତ କରିଥିବା ସୂଚନା ହସ୍ତଗତ ହୋଇଛି। ପରବର୍ତ୍ତୀ ମୁହୂର୍ତ୍ତରେ ପୋଲସରା ପୋଲିସ ଇଏ ଏକ ରାଜନୈତିକ ହିଂସା ନା ପୂର୍ବ ଶତ୍ରୁତା ରୁ ହୋଇଛି ତାହାର ତଦନ୍ତ ଚଳାଇଥିବା ପୋଲସରା ଥାନା ଭାରପ୍ରାପ୍ତ ଅଧିକାରୀ କୌଶିକ ମାଝୀ ଙ୍କ ଠାରୁ ପ୍ରକାଶ।କାରଣ ଗଣି ଙ୍କ ବହୁତ୍ ଅପରାଧିକ ମାମଲା ରହିଛି। ଘଟଣା ସ୍ଥଳରେ ପୁରୁଷୋତ୍ତମପୂର୍ ଏସ.ଡି.ପି.ଓ ରଜନୀକାନ୍ତ ସାମଲ, ପୋଲସରା ଥାନା ଅଧିକାରୀ କୌସୁକି ମାଝୀ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବା ସହିତ ଦୁଇଟି ବାଇକ୍ କୁ ଜବତ କରିଥିବା ସୂଚନା ହସ୍ତଗତ ହୋଇଛି।

Leave a Reply

Your email address will not be published. Required fields are marked *