ନାରାୟଣ ଗ୍ରୁପ୍ ଅଫ୍ ସ୍କୁଲ ପକ୍ଷରୁ ଦଶମ ଓ ଦ୍ୱାଦଶ ପରୀକ୍ଷାରେ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ଵର୧୮/୫ : ନାରାୟଣ ଗ୍ରୁପ୍ ଅଫ୍ ସ୍କୁଲ ପକ୍ଷରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ କୃତୀ ଛାତ୍ରଛାତ୍ରୀଙ୍କୁ ଗୁରୁବାର ସମ୍ବର୍ଦ୍ଧନା ଦିଆଯାଇଛି। ଉଭୟ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ପାସ୍‌ର ଶତପ୍ରତିଶତ ରହିଥ‌ିବା ବେଳେ ଦଶମ ଶ୍ରେଣୀରେ ରୁତୁଜିତ ପଣ୍ଡା, ଆଦ୍ୟାୟୀ ରାଉତ୍ ଓ ନିରୁପମା ପାତ୍ରପ୍ରମୁଖ ଯୁଗ୍ମ ଭାବେ ୪୯୩ ନମ୍ବର ଲେଖାଏଁ ରଖୁଛନ୍ତି। ଦଶମରେ ୬୦ଜଣ ଛାତ୍ରଛାତ୍ରୀ୪୫୦ରୁ ଅଧିକ ନମ୍ବର ରଖ୍ କୃତକାର୍ଯ୍ୟ ହୋଇଛନ୍ତି। ସେହିପରି ଦ୍ୱାଦଶ ଶ୍ରେଣୀରେ ପାଞ୍ଚ ଜଣ ୯୩.୨% ଲେଖାଏଁ ନମ୍ବର ରଖୁଛନ୍ତି । ଆଦିତ୍ୟ ସେଠୀ, ପାର୍ଥ ଗୌତମ, ସନ୍ତୋଷ ଦେଲା,ଶିଭମ ସିଂ ଚୌହାନ ଓ ରୋହିତ କୁମାର ଯୁଗ୍ମ ଭାବେ ବିଦ୍ୟାଳୟର ପ୍ରଥମ ହୋଇଛନ୍ତି। ଦ୍ଵାଦଶରେ ୨୪ ଜଣ ଛାତ୍ରଛାତ୍ରୀ ୪ଶହରୁ ଅଧ‌ିକ ନମ୍ବର ରଖୁଛନ୍ତି। ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ସ୍କୁଲର ପ୍ରତିଷ୍ଠାତା ଡ. ପି ନାରାୟଣ କହିଛନ୍ତି, ବିଦ୍ୟାଳୟର ପାଠ୍ୟକ୍ରମ ସମସ୍ତ ଛାତ୍ରଛାତ୍ରୀଙ୍କୁ ଉନ୍ନତ ପ୍ରଦର୍ଶନ କରିବାରେ ସହାୟକ ହୋଇଛି। ସେହିପରି ସାଧାରଣ ଷ୍ଟାଣ୍ଡାର୍ଡ ପିଲାଙ୍କୁ ଉନ୍ନତ ଶିକ୍ଷାଦାନ କରି ବିଦ୍ୟାଳୟ ନିରବଚ୍ଛିନ୍ନ ଭାବେ ସଫଳତା ପାଉଥ‌ିବା ବିଦ୍ୟାଳୟର ଅଧ୍ୟକ୍ଷା ଏନ୍ ସୁଜାତା କହିଛନ୍ତି l ଅନ୍ୟମାନଙ୍କ ମଧ୍ୟରେ ଡିଜିଏମ୍ ପି ଶ୍ରୀନିବାସ ରାଓ, ଡିନ୍ ଏନ୍ ଶ୍ରୀନିବାସୁଲୁ, ଏଜିଏମ୍ କିଶୋର ପାଣିଗ୍ରାହୀ, ପଟିଆ ଶାଖାର ଅଧ୍ୟକ୍ଷା ଏନ୍ ସୁଜାତା, ୟୁନିଟ୍-୮ ଶାଖାର ଅଧ୍ୟକ୍ଷା ଟି ଶ୍ରୀଦେବୀ, କଟକ ଶାଖାର ଅଧ୍ୟକ୍ଷା ଭି ଭାରତୀ ଓ ପାଣ୍ଡରା ଶାଖାର ଅଧ୍ୟକ୍ଷା ପ୍ରଜ୍ଞା ପାରମିତା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *