ଫାଟିଗଲା ଶଙ୍ଖ – ଫୁଲିଗଲା ଫୁଲ
* କାକଟପୁର,୧୮.୦୫ କାକଟପୁର ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ଶଙ୍ଖ ଫାଟି ଯାଇଥିବା ବେଳେ ବିଜେପି ପଦ୍ମ ଫୁଲ ଫୁଲିଯାଇଥିବା ଦେଖିବାକୁ ମିଳିଛି। ଶଙ୍ଖ ଦଳରୁ ହଜାର ହଜାର ବିଜେଡ଼ି କର୍ମୀ ଶନିବାର ଏକ ବିଶାଳ ଶୋଭାଯାତ୍ରାରେ ନୁଆହାଟ ରୁ କାକଟପୁର ଦେଇ ଅସ୍ତରଙ୍ଗରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇଥିଲେ। ବିଜେପିକୁ ଜିତାଇବାକୁ ସଂକଳ୍ପ ନେଇଥିଲେ। ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ଙ୍କ ନେତୃତ୍ୱରେ କାକଟପୁର ବ୍ଲକ୍ ଅଧକ୍ଷ ଶ୍ରୀଧର ନାୟକ, ଅସ୍ତରଙ୍ଗ ବ୍ଳକ୍ ଅଧକ୍ଷା ଆରତୀ ନାୟକ , ବରିଷ୍ଠ ନେତା ଦିବାକର ଛାଟୋଇ ଙ୍କ ସମେତ ୫୦ରୁ ଉର୍ଦ୍ଧ୍ଵ ପଞ୍ଚାୟତ ପ୍ରତିନିଧି ଙ୍କ ସମେତ ହଜାର ହଜାର ବିଜେଡ଼ି କର୍ମୀ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଥିଲେ। ବିଧାୟକ ପ୍ରାର୍ଥୀ ବାଇଧର ମଲ୍ଲିକ ଙ୍କୁ ଜିତାଇବା ନେଇ ସଂକଳ୍ପ ନେଇଥିଲେ। ବିଜେଡିର କୁଶାସନ, ଦୁର୍ନିତି, ଭ୍ରଷ୍ଟାଚାର ଓ ଅଣଦେଖା କୁ ଆଡେଇ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ବିପୁଳ ଭାବେ ଯୋଗ ଦେଇଥିଲେ।
