କଂଗ୍ରେସର ସାଙ୍ଗଠନିକ ବୈଠକ, ଏକଜୁଟ ହେଲେ ସମସ୍ତ ଅସନ୍ତୁଷ୍ଠ

– କଂଗ୍ରେସର ସାଙ୍ଗଠନିକ ବୈଠକ, ଏକଜୁଟ ହେଲେ ସମସ୍ତ ଅସନ୍ତୁଷ୍ଠ, ମିଶିଲେ ବିଜେପି ବିଜେଡ଼ି କର୍ମୀ।କାକଟପୁର,୧୯.୦୫( ଜ୍ଞାନ ରଞ୍ଜନ ବିଶ୍ଵାଳ)- କାକଟପୁର କଂଗ୍ରେସ ପାର୍ଟି ଅଫିସ ପରିସରରେ ଶନିବାର ସନ୍ଧ୍ୟାରେ ଏକ ଗୁରୁତ୍ବପୂର୍ଣ୍ଣ ସାଙ୍ଗଠନିକ ବୈଠକ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ପ୍ରାର୍ଥୀ ବିଶ୍ୱ ଭୂଷଣ ଦାସଙ୍କ ଆହ୍ବାନକ୍ରମେ କଂଗ୍ରେସ ରାଜ୍ୟ ପ୍ରଭାରୀ ପୂର୍ବତନ ସାଂସଦ ମୀନାକ୍ଷୀ ନଟରାଜନ୍, ଜଗସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ରୋହିତ ମେନେନି ପ୍ରମୁଖ ଯୋଗ ଦେଇ ପ୍ରଥମେ କର୍ମୀ ମାନଙ୍କୁ ଏକଜୁଟ ହୋଈ ମଜଭୁତ ହେବାକୁ ପଡ଼ିବ, କଂଗ୍ରେସ ଗ୍ୟାରେଣ୍ଟି ଓ ଇସ୍ତାହାରକୁ ଜନ ସାଧାରଣ ମାନଙ୍କ ପାଖରେ ପହଞ୍ଚାଇବା ଓ ଦୁର୍ନିତି ଭ୍ରଷ୍ଟାଚାର କଂଗ୍ରେସ ଓ ବିଜେପି ସରକାରଙ୍କୁ ହଟାଇବାକୁ ରଣନୀତି ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ। ଶାସକ ଦଳର ବିଧାୟକ ତୁଷାରକାନ୍ତି ବେହେରାଙ୍କ କାର୍ଯ୍ୟକଳାପ ଓ ତାମିଲ ଶାସନରେ କ୍ଷୁବ୍ଧ ହୋଇ ଲୋକମାନଙ୍କ ତାଙ୍କ ଉପରେ ଜନ ଅସନ୍ତୋଷ ବୃଦ୍ଧି ପାଇଛି। ତେଣୁ କଂଗ୍ରେସ ହିଁ ଏକମାତ୍ର ବିକଳ୍ପ, କଂଗ୍ରେସ ଦଳ ହିଁ ପ୍ରତ୍ୟେକଙ୍କ ଘରେ ପହଞ୍ଚି ସମସ୍ୟା ସମାଧାନ କରିବ ବୋଲି ବିଧାୟକ ପ୍ରାର୍ଥୀ ବିଶ୍ୱ ଭୂଷଣ ଦାସ କହିଥିଲେ। ଏହି ଅବସରରେ କଂଗ୍ରେସ କର୍ମୀଙ୍କ ଭିତରେ ଥିବା ମନୋମାଳିନ ଯୋଗୁଁ ଅସନ୍ତୋଷ ଥିବା କର୍ମୀ ଓ ବିଜେପିକୁ ଯାଇଥିବା ପ୍ରମୁଖ କର୍ମୀମାନେ ପୁଣି ଘର ବାହୁଡ଼ା ହୋଇ କଂଗ୍ରେସ ପରିବାରକୁ ଫେରି କାକଟପୁରରେ କଂଗ୍ରେସ ସ୍ଥିତିକୁ ମଜଭୁତ କରିଛନ୍ତି। ଏଥି ସହିତ କେତେକ ବିଜେଡ଼ି କର୍ମୀମାନେ ମଧ୍ଯ ଦଳ ଛାଡ଼ି କଂଗ୍ରେସ ଦଳ ସହ ଯୋଗଦେଇ ବିଶ୍ୱ ଦାସକୁ ବିଜୟୀ କରିବାକୁ ସଂକଳ୍ପ ନେଇଥିଲେ। କାକଟପୁର ନିର୍ବାଚନ ମଣ୍ଡଳୀ କଂଗ୍ରେସ ସଭାପତି ବିପିନ୍ ବିହାରୀ ମହାନ୍ତି ସଭାପତିତ୍ବ କରିଥିଲାବେଳେ ବଂଶୀଧର ମହାନ୍ତି, ଅବଧୂତ ସ୍ବାଇଁ, ଟୁଟୁ ଜେନା, ଭାସ୍କର ସେଠ୍, ସୁବାସ ନାୟକ, ଉପେନ୍ଦ୍ର କାଣ୍ଡି, ବିଚିତ୍ରାନନ୍ଦ ଦାଶ, ତପନ କାଣ୍ଡି, ନିହାର ବେଉରା, ବିରଞ୍ଚି ପତି, ସୌମ୍ୟକାନ୍ତ ଖୁଣ୍ଟିଆ ପ୍ରମୁଖଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *