ଶୃଙ୍ଖଳିତ ମତଦାନ
* *୨୦/୦୫/୨୦୨୪:-ଆସିକା ବିଧାନସଭା ଲୋକ ସଭା ସିଟ୍ ମତଦାନ ଶୃଙ୍ଖଳା ର ସହ ଅନୁଷ୍ଠିତ ହୋଇଯାଇଛି। ଆସିକା ନିକଟସ୍ଥ ଜୟପୁର ପଂଚାୟତ ପଢାଳ ଗ୍ରାମ ରେ ଅତି ଶୃଙ୍ଖଳା ର ସହ ମତଦାନ ସରିଛି।୬୫%ମତଦାନ ହୋଇ ଥିଲା। ସକାଳୁ ଭିଡ଼ ପରିଲକ୍ଷିତ ହୋଇଥିବା ବେଳେ ଦ୍ୱିପହର ରେ ମତ ଦାନ କମ୍ ଥିଲା ପୁଣି ଭିଡ଼ ଲାଗିଥିଲା।୨ ଟି ଅଟୋ ସାହାଯ୍ୟରେ ବୟୋଜ୍ୟେଷ୍ଠ ଙ୍କୁ ମତଦାନ ସ୍ଥଳ କୁ ଯିବାର ବ୍ୟବସ୍ଥା କରାଯାଇଥିଲା। ସରପଂଚ ଶ୍ରୀମତୀ ଲକ୍ଷ୍ମୀ ବେହେରା ଙ୍କ ଗ୍ରାମ ହେତୁ ସେ ଓ ତାହାଙ୍କ ପ୍ରତିନିଧିତ୍ଵ କରୁଥିବା ବ୍ୟକ୍ତି ଶ୍ରୀ ସୋମନାଥ ପଣ୍ଡା ବାବୁ ମତଦାନ କେନ୍ଦ୍ରକୁ ଭୋଟର୍ ଙ୍କୁ ଅଟୋ ଯୋଗେ ପଠାଉଥିଲେ। ଗ୍ରୀଷ୍ମପ୍ରବାହ ହେତୁ ପାନୀୟ ଜଳ ର ସୁବ୍ୟବସ୍ଥା କରାଯାଇଥିବା ପ୍ରତୀୟମାନ ହେଉଥିଲା। ଗ୍ରାମ ର ବହୁ ଯୁବଗୋଷ୍ଠୀ ତଥା ଶ୍ରୀ ଶିବାଜୀ ମହାରଣା, ଲୋକନାଥ ବେହେରା, ସୂର୍ଯ୍ୟ ଗୈାଡ , ସଞ୍ଜୟ କୁମାର ରାଉତ, ପ୍ରମୁଖ ଉପସ୍ଥିତ ରହିଥିଲେ।
