ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ବିପ୍ଳବ ଦେବ

-ଜଗତସିଂହପୁର ଜିଲ୍ଲା ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟିର ବିଧାୟକ ପ୍ରାର୍ଥୀ ସତ୍ୟ ସାରଥିଙ୍କ ପାଇଁ ପ୍ରଚାରରେ ସାମିଲ ହୋଇଛନ୍ତି ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ବିପ୍ଳବ ଦେବ ।ଆଜି ବିପ୍ଳବ ଦେବ ବାଲିକୁଦା ଗ୍ରସ୍ତରେ ଆସି ବିଜେପି କାର୍ଯ୍ୟଳୟ ସମ୍ମୁଖରେ ଅନୁଷ୍ଠିତ ବୁଥ ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେଇ କର୍ମୀ ମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ ।ଓଡିଶା ହେଉଛି ଜଗନ୍ନାଥଙ୍କ ମାଟି । ୨୫ବର୍ଷ ବିଜେଡି ଶାସନ ଓ ବର୍ତ୍ତମାନ ପାଣ୍ଡିଆନଙ୍କ କାର୍ଯ୍ୟକଳାପକୁ ନେଇ ଲୋକେ ଅତିଷ୍ଠ ହୋଇ ରହିଥିବା ବେଳେ ଆଗାମୀ ନିର୍ବାଚନରେ ପରିବର୍ତ୍ତନର ଆହ୍ୱାନ ଦେଇଛନ୍ତି ।ମୋଦି ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ଉପରେ ଲୋକମାନଙ୍କ ଭରସା ରହିଛି । ଓଡ଼ିଶା ସମେତ ବାଲିକୁଦା-ଏରସମା ରେ ବିଜେପି ଭଲ ରେଜଲ୍ଟ କରିବ ଓ ଓଡ଼ିଶାରେ ସରକାର ଆସିବ ବୋଲି କହିଛନ୍ତ ବିପ୍ଳବ ଦେବ ।

Leave a Reply

Your email address will not be published. Required fields are marked *