ଜାଣିଛ, କଲମ ରୁ କାଳି ସରେ

ହିମାଦ୍ରି ମେହର(କବି)
ଜାଣିଛ, କଲମ ରୁ କାଳି ସରେ।
କାଗଜ ସରେ।
ଶବ୍ଦ ସରେ।
କବିତା ଲେଖା ବି ସରେ।
ଅନ୍ତରଙ୍ଗତା ବି ସରେ।
କିଛି ଅଭ୍ଯାସ ବି ସରେ।
ଦେଖା ଦର୍ଶନ ବି ସରେ।
ଗୋଟାଏ ସ୍ଥାନ ସରେ।
ଆଖିରୁ ଲୁହ ସରେ।
ଓଠ ରୁ ହସ ବି ସରେ।
କାରଣ ସମୟ ସରେ।
ତେଣୁ ମଣିଷ ବି ସରେ।
ତମେ କେମିତି ଭାବିଲ, ସବୁ ଏମିତି ଚାଲେ?
ଜାଣିରଖ, ସବୁ କିଛି ସରେ।
