ନିମାପଡା ରାଜନୀତି

ନିମାପଡା ରାଜନୀତି ଏବେ ଏକ ରୋଚକ ମୋଡ଼ରେ ଚାଲିଛି। ବିଜେଡି ନୂଆ ଚେହେରା ଭାବରେ ଦିଲ୍ଲୀପ ନାୟକଙ୍କୁ ଟିକେଟ ଦେବା ପରେ ନିମାପଡା ରାଜନୀତିରେ ଯେମିତି ନିଆଁ ଲାଗି ଯାଇଛି। ଗ୍ରୀଷ୍ମ ତାତି ଠାରୁ ବଳି ପଡିଛି ନିମାପଡା ରାଜନୀତି। ସମୀର ବିଜେପିରେ ମିଶିଵା ପରେ ବିଜେଡିକୁ ହରାଇବା ଲକ୍ଷରେ ଏପଟେ ବିଜେଡି ସମସ୍ତ ରଣ କୌଶଳ ପ୍ରୟୋଗ କରୁଛି ଜିତିବା ଲକ୍ଷରେ ତେବେ ନିମାପଡା ଭୋଟର କାହାକୁ ବିଜୟର ମୁକୁଟ ପିନ୍ଧାଇବେ ତାହା ଆଗାମୀ ଜୁନ 4 ତାରିଖରେ ଜଣା ପଡିବ .ଆସନ୍ତୁ ନଜର ପକାଇବା ନିମାପଡାର ରାଜନୀତିର ରିପୋର୍ଟ କାର୍ଡ ଉପରେ ନିମାପଡାରେ ରାଜନୀତି ଏବେ ରୋଚକ ମୋଡ଼ରେ. ସମୀର ଦାସଙ୍କ ବିଜେପିରେ ଯୋଗ ଦେବା ବିଜେଡି ଉପରେ କୌଣସି ପ୍ରଭାବ ପକାଇବ ନାହିଁ. ଅତିତରେ ବହୁ ନେତା ଦଳ ଛାଡି ଖତ ହୋଇଯାଇଛନ୍ତି ବୋଲି ଏକ ଯୁବ ସମାବେଶରେ ଦଳର ପର୍ଯ୍ୟବେକ୍ଷକ ପୁଷ୍ପେନ୍ଦ୍ର ସିଂ ଦେଓ କହିଛନ୍ତି.

ନିମାପଡା ନିର୍ବାଚନ ମଣ୍ଡଳୀ ବିଜେଡି ପାଇଁ ସନମାନର ପ୍ରଶ୍ନ ଥିବା ବେଳେ ଦଳ ଏଠାରେ ଆଠ ଜଣ ପର୍ଯ୍ୟବେକ୍ଷକ ଏବଂ ଷ୍ଟାର ପ୍ରଚାରକଙ୍କୁ ଲଗାଇଛନ୍ତି. ସମୀର ବିଜେପିରେ ସାମିଲ ହୋଇ ବିଜେଡିର ଜିତିବା ବାଟକୁ ପରିଷ୍କାର କରିଛନ୍ତି. ନିମାପଡା ଭୋଟର ସଚେତନ ଭୋଟର. ଭୋଟରଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିବନି . ନବୀନଙ୍କ ଜନ ହିତକର ଯୋଜନା ପାଇଁ ଦଳ ଆଗ ଅପେକ୍ଷା ଅଧିକା ଭୋଟରେ ଜିତିବ ବୋଲି ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ନାୟକ କହିଛନ୍ତି ଏପଟେ ବିଜେପି ବିଧାୟକ ପ୍ରାର୍ଥୀନୀ ପ୍ରଭାତୀ ପରିଡା ସମୀର ଦଳର ଚେହେରା ନୁହେଁ ବୋଲି ଗଣ ମାଧ୍ୟମରେ କହିଥିବା ବେଳେ ଦଳ ତାଙ୍କୁ ରାଜ୍ୟ ପ୍ରଵକ୍ତା କରି ସାରିଲେଣି. ସମୀରଙ୍କ ବିଜେପିରେ ଯୋଗ ଦେବାକୁ ନିମାପଡା ଭୋଟର ହଜମ କରୁଛନ୍ତି ନା ଦିଲ୍ଲୀପ ସମୀର କଳିରେ ପ୍ରଭାତୀ ବଳି ପଡ଼ୁଛନ୍ତି ତାହା ଆସନ୍ତା ଜୁନ 4 ତାରିଖରେ ଜଣା ପଡିବ. ବିଶେଷ କରି ନିମାପଡାରେ ଥିବା ବିଜୁ ଯୁବ ବାହିନୀ ସମୀରଙ୍କ ବିଜେପିରେ ସାମିଲକୁ ସହଜରେ ଗ୍ରହଣ କରି ପାରୁ ନ ଥିବା ବେଳେ ନବୀନ ପଟ୍ଟନାୟକ ବିଜେଡି ତାଙ୍କର ଆଦର୍ଶ କୌଣସି ବ୍ୟକ୍ତି ନୁହଁନ୍ତି ବୋଲି ଯୁବ ନେତୃତ୍ୱ କହିଛନ୍ତି =ଚିନ୍ତାମଣି ବରାଳ. ଯୁବ ନେତା ତେବେ ନିମାପଡାରେ ବିଜେଡିର ସନମାନ ରହୁଛି ନା ସମୀରଙ୍କ ବିଜେପିରେ ମିଶିବା ଦଳୀୟ ପ୍ରାର୍ଥୀନୀଙ୍କ ଅଡୁଆ ବଢ଼ାଉଛୁ. ତାହା ଦେଖିବାକୁ ବାକି ରହିଲା

Leave a Reply

Your email address will not be published. Required fields are marked *