ଶୀତଳଷଷ୍ଠୀରେ ବାଣ ଫୁଟା ଉପରେ କଟକଣା

ଶୀତଳଷଷ୍ଠୀରେ ବାଣ ଫୁଟା ଉପରେ କଟକଣା।ପୁରୀ୨୧୨/୬ ପବିତ୍ର ଶୀତଳଷଷ୍ଠୀ ଅବସରରେ ପୁରୀ ର ବିଭିନ୍ନ ଶିବ ମନ୍ଦିର ମାନଙ୍କ ରେ ବାଣ ଫୁଟା ଉପରେ ୧୪୪ ଧାରା ଜାରି କରାଯାଇଛି।ଉପଜିଲ୍ଲାପାଳ ତଥା ଉପଖଣ୍ଡ ଜିଲ୍ଲା ମାଜିଷ୍ଟ୍ରେଟ ଙ୍କୁ ପ୍ରଦାନ କରାଯାଇଥିବା ପାୱାର ଆଧାର ରେ ଉପଜିଲ୍ଲାପାଳ ଗୋପୀନାଥ କୁଅଁର ଏହି ପ୍ରତିବନ୍ଧକ ଲାଗୁ କରିଛନ୍ତି।ପୁରୀ ର ଜମ୍ବଶ୍ୱର ମନ୍ଦିର, ଶ୍ରୀ ଲୋକନାଥ ଦେବ ମନ୍ଦିର,ଶ୍ରୀ ମାର୍କଣ୍ଡେଶ୍ୱର ମନ୍ଦିର, ଶ୍ରୀ କପାଳଲୋଚନ ମନ୍ଦିର, ଶ୍ରୀ ନୀଳକଣ୍ଠେଶ୍ୱର ମହାଦେବ ମନ୍ଦିର,ଶ୍ରୀ ଶଙ୍କରେଶ୍ୱର ମନ୍ଦିର, ଓମକାରେଶ୍ୱର ମନ୍ଦିର ଏବଂ ପୁରୀ ଓ ବୀରହରେକୃଷ୍ଣପୁର ସ୍ଥିତ ବାନାମ୍ବର ମନ୍ଦିର ପରିସରରେ ଚଳିତ ମାସ ୧୨ ତାରିଖ ଅପରାହ୍ନ ୬ ଘଟିକା ଠାରୁ ୧୪ ତାରିଖ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ।ସାଧାରଣ ଲୋକ ଙ୍କ ସ୍ୱାର୍ଥ ଓ ସୁରକ୍ଷା ଦୃଷ୍ଟି ରୁ କୌଣସି ବାଣ ଫୁଟା ଯାଇ ପାରିବ ନାହିଁ ବୋଲି ଉପଜିଲ୍ଲାପାଳ ଆଦେଶ କରିଛନ୍ତି।

Leave a Reply

Your email address will not be published. Required fields are marked *