ଆଇଆଇଟିରେ ପଢ଼ିବା ଯୋଗ୍ୟତା ହାସଲ କଲେ ଅଭିଜିତ୍
ରାୟଗଡ଼ା ତା ୧୨-୦୬-୨ ୪ରାୟଗଡା ସହରର ଶ୍ରୀ ଅଭିଜିତ୍ ପରିଡ଼ା କୌଣସି କୋଚିଙ୍ଗ ନ ନେଇ ଆଇ ଆଇ ଟି ରେ ନାମ ଲେଖେଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ତାଙ୍କ ପିତା ଶ୍ରୀ ସୁଶାନ୍ତ କୁମାର ପରିଡ଼ା ଜଣେ କ୍ଷୁଦ୍ର ବ୍ୟବସାୟୀ ହୋଇ ଥିବା ବେଳେ ସେ +୨ପଢ଼ିବା ସମୟରେ ନିଜ ମାଆଙ୍କୁ ହରାଇଥିଲେ । ତାଙ୍କର ମାଆ ସରୋଜିନୀ ବିଶ୍ଵାଳ ସାନ ଚାନ୍ଦିଲି ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟକରୁଥିବା ବେଳେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣତ୍ୟାଗ କରିଥିଲେ । ପିଉସୀ ଶିକ୍ଷୟିତ୍ରୀ ଜୟନ୍ତ ଦଳାଇ ଓ ପିଇସା ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ରାଜ କିଶୋର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅଭିଜିତ ତାଙ୍କର ପାଠ ପଢା ଜାରି ରଖିଥିଲେ । ଜଣେ ମେଧାବୀ ଛାତ୍ର ହିସାବରେ ମାଆଙ୍କୁ ହରାଇମଧ୍ଯ ସେ ଭାଙ୍ଗି ନ ପଡ଼ି ପିିଇସା ପିଉସୀଙ୍କ ସ୍ନେହ ଆଦର ପାଇ ନିଜର ମନ ବଳକୁ ଦୃଢ଼ କରି ପାଠ ପଢା ସହ ଆଇ ଆଇ ଟି ପାଇଁ ନିଜକୁ ପ୍ରସ୍ତୁତ କରିଥିଲେ । ସେ ଜେକେପୁର ଏଲ ଏସ ପବ୍ଲିକ ସ୍କୁଲରେ +୨ବିଜ୍ଞାନର ଛାତ୍ର ଥିଲେ। ଈଶ୍ୱର ତାଙ୍କ ପରିଶ୍ରମର ଫଳ ପ୍ରଦାନ କରିଥିବାରୁ ଅଭିଜିତ ବେଶ ଖୁସି ଥିବା ବେଳେ ଶିକ୍ଷକ ଓ ଗୁରୁଜନ ମାନଙ୍କୁ ତାଙ୍କ ସଫଳତା ପାଇଁ ଶ୍ରେୟ ଦେବେ ବୋଲି କହିଛନ୍ତି ।
