ଧରାକୋଟ ଗଡ଼ ଅଞ୍ଚଳରେ ଶୀତଳଷଷ୍ଠୀ ଯାତ୍ରା ପାଳିତ

। ଧରାକୋଟ :-୧୪/୦୬ ଧରାକୋଟ ଗଡ଼ରେ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ମହାସମାରୋହ ସହ ପାଳିତ ହୋଇଯାଇଛି। ଏହା ସହ ଗଡ଼ ଅଞ୍ଚଳର ନବ ଶାସନରେ ମଧ୍ୟ ଶୀତଳଷଷ୍ଠୀ ଯାତ୍ରା ଉଦଯାପିତ ହୋଇଛି। ପ୍ରଥମ ଦିବସରେ ଶିବ ପାର୍ବତୀଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ପରବର୍ତ୍ତୀ ଦିନ ନଗର ପରିକ୍ରମା, ତୃତୀୟ ଦିବସରେ ଧରାକୋଟ ରଥପଦା ଠାରେ ରାମାୟଣ ନାଟକ ମଞ୍ଚସ୍ଥ ହୋଇଥିଲା। ଧରାକୋଟ ଗ୍ରାମର ସମସ୍ତ ଜନସାଧାରଣ ସହଯୋଗ ପ୍ରଦାନ କରିଥିଲେ। ସେହିପରି ନାରାୟଣ ପୁର ଶାସନ ରେ ଶିବ ବିବାହ କାର୍ଯ୍ୟ କ୍ରମ ପରମ୍ପରା ଅନୁଯାୟୀ ପାଳିତ ହୋଇଥିଲା। ଏହି ଅବସରରେ ପ୍ରହଲ୍ଲାଦ ନାଟକ ମଞ୍ଚସ୍ଥ ହୋଇଥିଲା।ଏହି କାର୍ଯ୍ୟକ୍ରମକୁ ମହାକାଳ ଯୁବକ ସଂଘ ର ସଭାପତି ଭବାନୀ ପ୍ରସାଦ ରଥ ବର୍ମା, ସଂପାଦକ ପ୍ରସନ୍ନ କୁମାର ମିଶ୍ର ଙ୍କ ସହ ଶରତ ଚନ୍ଦ୍ର ମହାପାତ୍ର, ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ। ଏହା ସହ ଧରାକୋଟ ଗଡ଼ ଅଞ୍ଚଳର ବିଭିନ୍ନ ଗ୍ରାମରେ ଶୀତଳଷଷ୍ଠୀ ଯାତ୍ରା ପାଳିତ ହୋଇଯାଇଛି। ଏହି ଅବସରରେ ସ୍ବପେନଶ୍ଵର ସ୍ବାମୀ,ମହାଲିଙ୍ଗେଶ୍ଵର,ଗଙ୍ଗାଧରେଶ୍ଵର, ମୁକ୍ତେଶ୍ଵର,ଚନ୍ଦ୍ରକଳ୍ପେଶ୍ଵର, ନୀଳକଣ୍ଠେଶ୍ଵର ଙ୍କ ସମେତ ବୈଦ୍ୟନାଥ ଶ୍ଵର, ସ୍ବାମୀ ଙ୍କ ବିବାହ କାର୍ଯ୍ୟ କ୍ରମ ମା ପାର୍ବତୀ ଦେବୀଙ୍କ ସହ ସମ୍ପର୍ଣ୍ଣ ହୋଇଛି।

Leave a Reply

Your email address will not be published. Required fields are marked *