ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା କଟକ-ପାରାଦୀପ
ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା କଟକ-ପାରାଦୀପ ଏବଂ ପାରାଦୀପ-ହରିଦାସପୁର ରେଳ ମାର୍ଗ ନୀରିକ୍ଷଣ : √● ପାରାଦୀପ ଅଞ୍ଚଳରେ ରେଳପଥ ଟ୍ରାଫିକ୍ ସୁବିଧା ସମୀକ୍ଷା | √● ରେଳ ସାଇଡିଙ୍ଗ, ରେଳବାଇର ବିଭିନ୍ନ ଭିତ୍ତିଭୂମି ଏବଂ ଟ୍ରାଫିକ୍ ସମ୍ବନ୍ଧୀୟ କାର୍ଯ୍ୟ ନୀରିକ୍ଷଣ | ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ବର ଫୁଙ୍କୱାଲ ଆଜି ରେଳପଥର ବରିଷ୍ଠ ଅଧିକାରୀମାନଙ୍କ ସହିତ ପାରାଦୀପ ଗସ୍ତରେ ଯାଇ କଟକ-ପାରାଦୀପ ଏବଂ ପାରାଦୀପ-ହରିଦାସପୁର ରେଳ ମାର୍ଗ ନୀରିକ୍ଷଣ କରିବା ସମୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସମୀକ୍ଷା କରିଛନ୍ତି | ଟ୍ରାଫିକ ସୁବିଧା ତଥା ବିନା କୌଣସି ପ୍ରତିବନ୍ଧକରେ ଟ୍ରେନ ଚଳାଚଳ ଏବଂ ରେଳବାଇର ବିଭିନ୍ନ ବିକାଶମୂଳକ କାର୍ଯ୍ୟକଳାପକୁ ଶ୍ରୀ ଫୁଙ୍କୱାଲ ମଧ୍ୟ ନୀରିକ୍ଷଣ କରିଥିଲେ | ଶ୍ରୀ ଫୁଙ୍କୱାଲ ମଧ୍ୟ ପାରାଦୀପ ଅଞ୍ଚଳରେ ରେଳବାଇର ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ | ଏହି ସମୀକ୍ଷା ଓ ନୀରିକ୍ଷଣ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଏଚ ଏସ ବଜୱାଙ୍କ ସହିତ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ |

ଅସୁବିଧାମୁକ୍ତ ଟ୍ରେନ୍ ଚଳାଚଳ ଏବଂ ଉଭୟ ରେଳ ବିଭାଗ ଏବଂ ବନ୍ଦର ଅଞ୍ଚଳରେ ଗତିଶୀଳତାର ଉନ୍ନତି ଉପରେ ସେ ଗୁରୁତ୍ୱାରୋପ କରିଥିଲେ | ଜେନେରାଲ୍ ମ୍ୟାନେଜର ଏହି ସୁଯୋଗ ନେଇ ଚାଲୁରହିଥିବା ବିକାଶମୂଳକ କାର୍ଯ୍ୟ ଗୁଡିକର ସମୀକ୍ଷା କରିଥିଲେ ଏବଂ ଟ୍ରେନ ଚଳାଚଳ ଅସୁବିଧାକୁ ହଟାଇବା ପାଇଁ ଚାଲୁଥିବା ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ | ଏହି ଅବସରରେ ମହାପ୍ରବନ୍ଧକ ଶ୍ରୀ ଫୁଙ୍କୱାଲ ପଣ୍ୟ ବୋଝେଇ ଓ ପଣ୍ୟ ବୋଝ ଉତାରିବା (ଅନଲୋଡିଂ) ପାଇଁ ଉଦ୍ଧିଷ୍ଟ ବିଭିନ୍ନ ରେଳ ସାଇଡିଙ୍ଗ ପରିଦର୍ଶନ କରିଥିଲେ | ଦେଶର ରାଜସ୍ୱ ବୃଦ୍ଧି ପାଇଁ ପାରାଦୀପ ପୋର୍ଟ ପ୍ରାଧିକରଣ ଏବଂ ଅନ୍ୟାନ୍ୟ ଭାଗିଦାରୀ ଓ ଉଦ୍ୟୋଗ ଗୁଡିକ ସହିତ ଘନିଷ୍ଠ ସମନ୍ୱୟ ରକ୍ଷା କରିବାକୁ ଶ୍ରୀ ଫୁଙ୍କୱାଲ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ଯାହା ସିଧାସଳଖ ଦେଶ ପାଇଁ ଲାଭଦାୟକ ହେବ |
